ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ଟସ ଜିତି ଭାରତର ବ୍ୟାଟିଂ

କେ ଏଲ ରାହୁଲ ଅଧିନାୟକ; ଚୂଡାନ୍ତ ଭାରତୀୟ ଏକାଦଶରେ ହନୁମା ବିହାରୀ ସାମିଲ

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟମ୍ୟାଚ ସୋମବାର ଠାରୁ ଏଠାରେ ଆରମ୍ଭ ହୋଇଛି । ଦି ୱାଣ୍ଡରର୍ସ ଷ୍ଟାଡିୟରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତୀୟ ଦଳ ଟସ ଜିତି ବ୍ୟାଟିଂ ଆରମ୍ଭ କରିଛନ୍ତି । ଏହି ଟେଷ୍ଟରେ ବିରାଟ କୋହଲିଙ୍କ ସ୍ଥାନରେ କେ ଏଲ ରାହୁଲ ଅଧିନାୟକତ୍ୱ କରୁଛନ୍ତି । ଏଥିସହିତ ହନୁମା ବିହାରୀଙ୍କୁ ଚୂଡାନ୍ତ ଭାରତୀୟ ଏକାଦଶ ଦଳରେ ସ୍ଥାନ ଦିଆଯାଇଛି । କୋହଲିଙ୍କ ସ୍ଥାନରେ ତାଙ୍କୁ ନିଆଯାଇଛି ବୋଲି ରାହୁଲ ଘୋଷଣା କରିଛନ୍ତି । ରାହୁଲଙ୍କ ପିଠି ଉପରେ ସାମାନ୍ୟ ସମସ୍ୟା ଥିବାରୁ ସେ ଦ୍ୱିତୀୟ ଟେଷ୍ଟ ଖେଳୁନାହାନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟିକିଆ ଟେଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଚଳିତ ଦ୍ୱିତୀୟ ଟେଷ୍ଟ ନିର୍ଣ୍ଣାୟକ ହେବ ବୋଲି ଜଣାଯାଇଛି । ପୂର୍ବରୁ ପ୍ରଥମ ଟେଷ୍ଟରେ ଭାରତ ବିଜୟ ଲାଭ କରିସାରିଛି । ଆଜି ଭାରତ ବ୍ୟାଟିଂ ଆରମ୍ଭ କରିବା ପରେ ଦିନ ୨ଟା ସୁଦ୍ଧା ବିନା କ୍ଷତିରେ ୩୨ ରନ ସଂଗ୍ରହ କରିଥିଲା । ରାହୁଲ ୯ ଓ ଅଗରୱାଲ ୨୨ ରନ ସଂଗ୍ରହ କରିଥିଲେ ।

Comments are closed.