ଆଇସିସି ଟେଷ୍ଟ ମାନ୍ୟତାରେ ଭାରତ ୧ ନଂ

ଦୁବାଇ: ଅହମ୍ମଦାବାଦରେ ଇଂଲଣ୍ଡକୁ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ଇନିଂସ ଓ ୨୫ ରନ୍‌ରେ ହରାଇବା ପରେ ଭାରତ ଆଇସିସି ଟେଷ୍ଟ ଦଳଗତ ମାନ୍ୟତାରେ ୧ନଂ ମାନ୍ୟତା ଫେରିପାଇଛି। ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌କୁ ଭାରତ ୩-୧ରେ ଜିତିବା ପରେ ଭାରତ ଏହି କୃତିତ୍ବ ହାସଲ କରିଛି। ଏହି ସିରିଜ୍‌ ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ସମାନ ୧୧୮ ରନ୍‌ ଲେଖାଏଁ ପାଇଥିଲେ। ଭାରତର ସିରିଜ୍ ବିଜୟ ପରେ ଏହା ୭୪୦ ପଏଣ୍ଟ ଓ ୪ ରେଟିଂ ପଏଣ୍ଟ ପାଇଛି। ଫଳରେ ୧୨୨ ରେଟିଂ ପଏଣ୍ଟ ସହ ଭାରତ ଶୀର୍ଷରେ ପହଞ୍ଚିଛି। ୨୦୧୬ରୁ ୨୦୨୦ ମେ’ ପର୍ୟ୍ୟନ୍ତ ଭାରତ ଆଇସିସି ଟେଷ୍ଟ ଦଳଗତ ମାନ୍ୟତାରେ ୧ନଂ ସ୍ଥାନରେ ଥିଲା।

ଜୁନ୍‌ରେ ଲର୍ଡସ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ଖେଳିବେ। ୧୧୩ ପଏଣ୍ଟ ସହ ଅଷ୍ଟ୍ରେଲିଆ ୩ୟ, ୧୦୮ ପଏଣ୍ଟ ସହ ଇଂଲଣ୍ଡ ୪ର୍ଥ, ୯୦ ପଏଣ୍ଟ ସହ ପାକିସ୍ତାନ ୫ମ, ୮୯ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୬ଷ୍ଠ, ୮୩ ପଏଣ୍ଟ ସହ ଶ୍ରୀଲଙ୍କା ୭ମ, ୮୦ ପଏଣ୍ଟ ସହ ୱେଷ୍ଟଇଣ୍ଡିଜ୍ ୮ମ, ୫୭ ପଏଣ୍ଟ ସହ ଆଫ୍‌ଗାନିସ୍ତାନ ୯ମ ଓ ୫୧ ପଏଣ୍ଟ ସହ ବାଂଲାଦେଶ ୧୦ମ ସ୍ଥାନରେ ରହିଛନ୍ତି।

Comments are closed.