ଦ୍ବିତୀୟ ଟି-୨୦: ୱେଷ୍ଟଇଣ୍ଡିଜର ଦମଦାର ବିଜୟ

ତିରୁଅନନ୍ତପୁରମ୍: ଦ୍ବିତୀୟ ଟି-୨୦ରେ ଦମଦାର ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ। ପ୍ରଥମେ ବ୍ୟାଟିଂ କରିଥିବା ଭାରତର ୧୭୧ ରନର ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ହାସଲ କରିନେଇଛି ୱେଷ୍ଟଇଣ୍ଡିଜ। ଭାରତର ୧୭୧ ରନ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇ ଥିବା ବେଳେ ୨ଓପନରଙ୍କ ଦମଦାର ବ୍ୟାଟିଂ ସହାୟତାରେ ସହଜ ବିଜୟ ହାସଲ କରିନେଇଛି। ୱେଷ୍ଟଇଣ୍ଡିଜ ୧୮.୩ ଓଭରରେ ମାତ୍ର ୨ ୱିକେଟ ହରାଇ ୧୭୩ ରନ କରିଥିଲା। ୱେଷ୍ଟଇଣ୍ଡିଜର ଓପନର ସିମୋନ୍ସ ମାତ୍ର ୪୫ ବଲରେ  ଅପରାଜିତ ୬୭ ରନର ଧୁଆଁଧାର ଇଂନିସ ଖେଳିଥିଲେ। ଯେଉଁଥିରେ ୪ଟି ଛକା ଏବଂ ୪ ଟି ଚୌକା ସାମିଲଥିଲା। ଇଭିନ ଲୁଇସ ୪୦,ହେଟମେୟାର ୨୩  ଏବଂ ପୋରାନ ୩୮ ରନର ଇଂନିସ ଖେଳିଥିଲେ। ଭାରତୀୟ ବୋଲିରଙ୍କୁ ଖାତିର କରିନଥିଲେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ। ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।

ଭାରତୀୟ ଦଳର ଦୁର୍ବଳ କ୍ଷେତ୍ରରକ୍ଷଣ ହିଁ ମ୍ୟାଚରେ ପରାଜୟର ମୁଖ୍ୟ କାରଣ। କାରଣ ମ୍ୟାଚରେ ୱାଶିଂଟନ ସୁନ୍ଦର ଏବଂ ୱିକେଟ କିପର ରିଷଭ ପନ୍ତ ଦୁଇଟି କ୍ୟାଚ ଧରିବାରେ ବିଫଳ ହୋଇଥିଲେ ଯାହା ଭାରତପାଇଁ ପରାଜୟ ନେଇ ଆସିଲା। ଏହିମ୍ୟାଚରେ ଛକାର ବର୍ଷା କରିଥିଲେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ।  ୪୫ ବଲରେ  ଅପରାଜିତ ୬୭ ରନର ଧୁଆଁଧାର ଇଂନିସ ଖେଳିଥିବା ସିମୋନ୍ସଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ପୁରସ୍କାର ମିଳିଥିଲା।

ଦ୍ବିତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇ ଆମନ୍ତ୍ରଣ କରିଥିଲା ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଦଳ ଭାରତ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ ଆଗରେ  ୧୭୧ ରନର ଟାର୍ଗେଟ ରଖିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ କେ.ଏଲ ରାହୁଲ  ଭଲ ଆରମ୍ଭ କରିଥିଲେ।  ସ୍କୋର ୨୪ ରନ ଥିବା ସମୟରେ ରାହୁଲ ୧୧ ରନ କରି ଚତୁର୍ଥ ଓଭରର ପ୍ରଥମବଲରେ ଖ୍ୟାରି ପିରେଙ୍କ ଦ୍ବାରା ଆଉଟ ହୋଇଥିଲେ। ୩ୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିବା ରନମେସିନ ତଥା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ସ୍ଥାନରେ ପଡିଆକୁ ନ ଓହ୍ଲାଇ ଯୁବ ବ୍ୟାଟ୍ସମ୍ୟାନ ଶୁଭମ ଦୁବେଙ୍କ ପଠାଇଥିଲେ। ଦୁବେ ମଧ୍ୟ ଏହାର ଫାଇଦା ଉଠାଇବା ସହ ୩୦ ବଲରେ ୫୪ ରନର ଇଂନିସ ଖେଳିଥିଲେ। ଏଥିରେ ୪ଟି ଛକା ଏବଂ ୩ ଟି ଚୌକା ସାମିଲ ଥିଲା। ଭାରତର ସ୍କୋର ୫୬ ରନ୍ ଥିବା ସମୟରେ ଉପଅଧିନାୟକ ରୋହିତ ଶର୍ମା ୧୫ ରନରେ ହୋଲଡରଙ୍କ ଦ୍ବାରା ବୋଲ୍ଡ ହୋଇ ପଡିଆରୁ ଫେରିଥିଲେ। ଅଧିନାୟକ କୋହଲି ୧୯ ରନ କରିଥିଲେ। ଭାରତୀୟ ଯୁବ ୱିକେଟ ରକ୍ଷକ ରିଷଭ ପନ୍ତ ଦମଦାର ୩୩ ରନର ଇଂନିସ ଖେଳିଥିଲେ।

 

Comments are closed.