ଦ୍ବିତୀୟ ଟି-୨୦:ୱେଷ୍ଟଇଣ୍ଡିଜ ଆଗରେ ୧୭୧ ରନର ଟାର୍ଗେଟ

ତିରୁଅନନ୍ତପୁରମ୍: ଦ୍ବିତୀୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଦଳ ଭାରତ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ ଆଗରେ  ୧୭୧ ରନର ଟାର୍ଗେଟ ରଖିଛି। ୱେଷ୍ଟଇଣ୍ଡିଜ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ କେ.ଏଲ ରାହୁଲ  ଭଲ ଆରମ୍ଭ କରିଥିଲେ।  ସ୍କୋର ୨୪ ରନ ଥିବା ସମୟରେ ରାହୁଲ ୧୧ ରନ କରି ଚତୁର୍ଥ ଓଭରର ପ୍ରଥମବଲରେ ଖ୍ୟାରି ପିରେଙ୍କ ଦ୍ବାରା ଆଉଟ ହୋଇଥିଲେ। ୩ୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିବା ରନମେସିନ ତଥା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ସ୍ଥାନରେ ପଡିଆକୁ ନ ଓହ୍ଲାଇ ଯୁବ ବ୍ୟାଟ୍ସମ୍ୟାନ ଶୁଭମ ଦୁବେଙ୍କ ପଠାଇଥିଲେ। ଦୁବେ ମଧ୍ୟ ଏହାର ଫାଇଦା ଉଠାଇବା ସହ ୩୦ ବଲରେ ୫୪ ରନର ଇଂନିସ ଖେଳିଥିଲେ। ଏଥିରେ ୪ଟି ଛକା ଏବଂ ୩ ଟି ଚୌକା ସାମିଲ ଥିଲା। ଭାରତର ସ୍କୋର ୫୬ ରନ୍ ଥିବା ସମୟରେ ଉପଅଧିନାୟକ ରୋହିତ ଶର୍ମା ୧୫ ରନରେ ହୋଲଡରଙ୍କ ଦ୍ବାରା ବୋଲ୍ଡ ହୋଇ ପଡିଆରୁ ଫେରିଥିଲେ। ଅଧିନାୟକ କୋହଲି ୧୯ ରନ କରିଥିଲେ। ଭାରତୀୟ ଯୁବ ୱିକେଟ ରକ୍ଷକ ରିଷଭ ପନ୍ତ ଦମଦାର ୩୩ ରନର ଇଂନିସ ଖେଳିଥିଲେ।

ୱେଷ୍ଟଇଣ୍ଡିଜ ପକ୍ଷରୁ  କେସରିକ୍ ୱିଲିୟମ ୨ଟି ,ହୋଡେନ ୱାଲସ ୨ ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହୋଲଡର ୧ ,କୋଟରନେଲ ୧ ଏବଂ କେରନ ପିରେ ୧ ଟି ୱିକେଟ ନେଇଥିଲେ।

Comments are closed.