ଜିଏସଟି ଓ ଦର ବୃଦ୍ଧିକୁ ନେଇ ଟିକାବାଲିରେ ଭାରତ ବନ୍ଦ ସଫଳ

ଟିକାବାଲି : ଭାରତ ଟ୍ରେଡ ୟୁନିୟନ ଦ୍ବାରା ଜିଏସଟି ଏବଂ ଦରଦାମ ବୃଦ୍ଧି ପ୍ରତିବାଦରେ ଦିଆଯାଇଥିବା ଭାରତ ବନ୍ଦ ଡାକରା ଟିକାବାଲିରେ ସଫଳ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ ହୋଇଛି। ଟିକାବାଲିରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଘରୋଇ ଯାତ୍ରୀବାହୀ ବସ ଯାତାୟାତ ବନ୍ଦ ରହିଥିବାବେଳେ କେବଳ ଦୁଇ ଓ ତିନି ଚକିଆ ଯାନ ଯାତାୟାତା କରିବାର ଦେଖିବାକୁ ମିଳିଥିଲା। ଟିକାବାଲି ବ୍ୟବସାୟୀ ସଂଘର ସଭାପତି ସୁନିଲ କୁମାର ଭୋଇ(କିଟୁ)ଙ୍କ ନେତୃତ୍ବରେ ସତାଧିକ ବ୍ୟବସାୟୀ ସଂଘର ସଦସ୍ୟମାନେ ସାମିଲ ହୋଇ ସହରରେ ପ୍ରତିବାଦ କରି ଷ୍ଟେଟ ବ୍ୟାଙ୍କ,ଉତ୍କଳ ବ୍ୟାଙ୍କ,ବୌଦ୍ଧ ବ୍ୟାଙ୍କ ସମୁହ ବନ୍ଦ କରିଥିଲେ। ଶେଷରେ ସଭାପତି ଶ୍ରୀ ଭୋଇଙ୍କ ସହ ସମସ୍ତ ସଦସ୍ୟମାନେ ତହସିଲ କାର୍ଯ୍ୟାଳୟ ଟିକାବାଲି ଯାଇ ତହସିଲଦାର ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ମୋହନ ମଲିକଙ୍କୁ ସାକ୍ଷାତ କରି ଏକ ସ୍ମାରକ ପ୍ରଦାନ କରିବା ସହ ଟିକାବାଲି ସହରର ଉନ୍ନତିକରଣ ଏବଂ ଟିକାବାଲି ବ୍ୟଘ୍ର ଦେବି ମନ୍ଦିର ନିକଟରେ ମଣ୍ଡପ ନିର୍ମାଣ ନିମନ୍ତେ ଆଲୋଚନା କରିଥିଲେ। ଅତିରିକ୍ତ ତହସିଲଦାର ଶ୍ରୀ ମଲିକ ସ୍ମାରକ ପତ୍ର ଗ୍ରହଣ କରିବା ସହ ସମସ୍ଥ କାର୍ଯ୍ୟରେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ। ବ୍ୟବସାୟୀ ସଂଙ୍ଘର ପ୍ରତିନିଧି ସହଯୋଗ କରିଥିଲେ ପ୍ରସାନ୍ତ ପଣ୍ଡା,ପ୍ରଫୁଲ ସାହୁ,ଦେବରାଜ ପଣ୍ଡା,ଜୋତିନ୍ଦ୍ର ଭୋଇ, ଦେବରାଜ ମହାପାତ୍ର,ପୂର୍ଣ ସରାବ, ସୁବାଷ ପାଣିଗ୍ରାହି,ତନୁଜ କୁମାର ଭୋଇ, ଯୁଗଳ ପଣ୍ଡା,କାଳିଆ ମହାପାତ୍ର ସମୁହ। ଶେଷରେ ବ୍ୟବସାୟୀ ସଂଙ୍ଘର ଏକ ସାଧାରଣ ବୈଠକ ବ୍ୟଘ୍ରଦେବି ମନ୍ଦିର ଠାରେ ଆନୁଷ୍ଠିତ ହୋଇଥିଲା।

Comments are closed.