୧୯ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କଲା ଭାରତ

ଅମ୍ରିତସର : ଭାରତ ବୁଧବାର ୧୯ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କରିଛି। ସେମାନେ ୱାଘା ସୀମା ଦେଇ ସ୍ୱଦେଶକୁ ଫେରିଛନ୍ତି। ସେମାନେ ଗୁପ୍ତଚର ଏବଂ ବେଆଇନ ଭାବେ ଭାରତରେ ରହିବା ଅଭିଯୋଗରେ ଗିରଫ ହୋଇ ବିଭିନ୍ନ ଜେଲରେ ବନ୍ଦୀ ଥିଲେ।
୪ ବର୍ଷ ହେବ ବିନା ଭିସାରେ ଭାରତରେ ରହୁଥିବା ବିକାଶ ଅହମଦ ନାମକ ଜଣେ ପାକିସ୍ତାନୀ ୨୦୦୯ରେ ଗିରଫ ହୋଇଥିଲେ। ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଥିଲା। ଦଣ୍ଡ ଅବଧି ପୂରଣ ହେବା ପରେ ସେ ମୁକ୍ତ ହୋଇଛନ୍ତି। ସେହିପରି ୧୩ ମାସ ଜେଲ ଦଣ୍ଡ ଭୋଗିବା ପରେ ମୁୁସ୍ତାଫା ନାମକ ଜଣେ ପାକିସ୍ତାନୀ ମତ୍ସ୍ୟଜୀବୀ ମୁକ୍ତ ହୋଇଛନ୍ତି। ଜେଲରେ ବନ୍ଦୀ ଥିବା ଉଭୟ ଦେଶର ଲୋକଙ୍କୁ ମୁକ୍ତ କରିବା ପାଇଁ ଭାରତ ଓ ପାକିସ୍ତାନ ସରକାରଙ୍କୁ ସେମାନେ ନିବେଦନ କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନ ଅପ୍ରେଲ ୩୦ରେ ୫୫ ଜଣ ମତ୍ସ୍ୟଜୀବୀଙ୍କ ସମେତ ୬୦ ଜଣ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିଥିଲା।

Comments are closed.