ନେପାଳ ସ୍ଥିତ ଭାରତୀୟ ଦୂତାବାସରେ କୋଭିଡ ପରିଚାଳନା ୱେବିନାର

ନେପାଳ ସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ବୈଷୟିକ ଓ ଅର୍ଥନୈତିକ ସହଯୋଗ ଦିବସ ୨୦୨୦-ଆଇଟିଇସି’ର ୫୬ତମ ବାର୍ଷିକୀ ପାଳନ ଅବସରରେ କୋଭିଡ ପରିଚାଳନା ସମ୍ପର୍କିତ ୱେବିନାର ଆୟୋଜନ କରିଛି। ଆଇଟିଇସି ହେଉଛି ଭାରତର ଫ୍ଲାଗସିପ୍ ଦକ୍ଷତା ବିକାଶ ସହାୟତା ପଦକ୍ଷେପ ଯେଉଁଥିରେ ନେପାଳ ସମେତ ୧୬୦ଟି ବିକାଶଶୀଳ ଦେଶ ସାମିଲ ଅଛନ୍ତି।

ଏହି ଅଧିବେଶନରେ ନେପାଳ ଓ ଭାରତର ବିଶେଷଜ୍ଞମାନେ କରୋନା ମହାମାରୀ ସମୟରେ ଦେଖା ଦେଇଥିବା ଆହ୍ୱାନଗୁଡିକର ମୁକାବିଲା ପାଇଁ ଆଲୋଚନା କରିଛନ୍ତି। ଏଥିରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା, ନେପାଳ ସରକାରଙ୍କ ଶକ୍ତି, ଜଳ ସମ୍ପଦ ଏବଂ ଜଳସେଚନ ମନ୍ତ୍ରଣାଳୟ ସଚିବ ଦୀନେଶ କୁମାର ଘିମିରେ, ନେପାଳ ମେଡିକାଲ ପରିଷଦ ଅଧ୍ୟକ୍ଷ ଡକ୍ଟର ଭଗବାନ୍ କୋଇରାଲା ଏବଂ ନେପାଳ ସରକାରଙ୍କ ଡେପୁଟି ଆଟର୍ଣ୍ଣି ଜେନେରାଲ୍ ପଦ୍ମପ୍ରସାଦ ପାଣ୍ଡେ ଭାଗ ନେଇଥିଲେ।

ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ଆଇଟିଇସି ଅଧୀନରେ ନେପାଳକୁ ସ୍ୱଦେଶୀ ଦକ୍ଷତା ଗଠନରେ ସହାୟତା କରିବାକୁ ଚାଲିଥିବା ଦ୍ୱିପାକ୍ଷିକ ସହଯୋଗକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,ଗତ ବର୍ଷ ଠାରୁ ନେପାଳର ସୁପ୍ରିମକୋର୍ଟର ନ୍ୟାୟିକ ସେବା, ଅର୍ଥ ମନ୍ତ୍ରଣାଳୟର ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ, ରାଜସ୍ୱ ଅଧିକାରୀଙ୍କ ପାଇଁ ତାଲିମ ଭଳି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସେ ଉଭୟ ଦେଶ ମଧ୍ୟରେ କୋଭିଡ ସମ୍ବନ୍ଧୀୟ ସହଯୋଗ ବିଷୟରେ କହିଛନ୍ତି ଯେ ଭାରତ ଗତ ଏପ୍ରିଲ ମାସରୁ ନେପାଳକୁ ରେମଡିସିଭିର, ଟେଷ୍ଟ କିଟ୍ ଏବଂ ଭେଣ୍ଟିଲେଟର ସମେତ ଅତ୍ୟାବଶ୍ୟକ ଔଷଧ ଯୋଗାଣ କରି ସହାୟତା ପ୍ରଦାନ କରୁଛି।

Comments are closed.