ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିକୁ ଭାରତ ଚାରିବର୍ଷ ପାଇଁ ନିର୍ବାଚିତ

ନୂଆଦିଲ୍ଲୀ: ଜାତିସଂଘର ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ବିଶ୍ୱ ଐତିହ୍ୟ କମିଟିକୁ ଭାରତ ନିର୍ବାଚିତ ହୋଇଛି । ସୂଚନାଯୋଗ୍ୟ ଯେ ଏହି କମିଟି ବିଶ୍ୱ ଐତିହ୍ୟ ପାଣ୍ଠି ଯେଗାଣ, ବିଶ୍ୱ ଐହିହ୍ୟ ସ୍ଥଳଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ରାଷ୍ଟ୍ରଗୁଡିକୁ ପାଣ୍ଠି ସହାୟତା ପ୍ରଦାନ ଦାୟିତ୍ୱ ନିର୍ବାହ କରିଥାଏ । ଏଥିସହିତ ଏହା ବିଶ୍ୱ ଐତିହ୍ୟ ସମ୍ପର୍କିତ ଘୋଷଣାନାମାକୁ ମଧ୍ୟ କାର୍ଯ୍ୟକାରୀ କରିଥାଏ । ଗୁରୁବାର ବିଶ୍ୱ ଐତିହ୍ୟ କମିଟିକୁ ଭାରତ ନିର୍ବାଚିତ ହୋଇଛି ଏବଂ କମିଟିର ସଦସ୍ୟ ଭାବରେ ଚାରିବର୍ଷ ପାଇଁ କାର୍ଯ୍ୟକରିବ । ଏଥିପାଇଁ ଭାରତ ସପକ୍ଷରେ ୧୪୨ଟି ଭୋଟ ମିଳିଥିଲା । ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଭାରତକୁ ଏଭଳି ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି । ଏହା ପୂର୍ବରୁ ଗତ ସପ୍ତାହରେ ଭାରତ ୟୁନେସ୍କୋର କାର୍ଯ୍ୟନିର୍ବାହୀ ପରିଷଦକୁ ପୁନଃ ନିର୍ବାଚିତ ହୋଇଥିଲା । ଭାରତର କୂଟନୈତିକ ପ୍ରୟାସ ପାଇଁ ଏହା ଭଲ ଦିନ ବୋଲି ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଇଣ୍ଟରପୋଲର କାର୍ଯ୍ୟନିର୍ବାହୀ କମିଟିକୁ ଭାରତର ପ୍ରବୀଣ ସିହ୍ନା ନିର୍ବାଚିତ ହୋଇଛନ୍ତି ।

Comments are closed.