ଦେଶରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ଆଉ ୫,୪୭୬ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୪୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଚିକିତ୍ସାଧୀନ ଅବସ୍ଥାରେ ୧୫୮ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୨୯,୬୨,୯୫୩ରେ ପହଞ୍ଚିଛି। ସେହିପରି ଭାରତରେ କରୋନାଜନିତ ମୋଟ୍‌ ମୃତ୍ୟୁ ସଂଖ୍ୟା ୫,୧୫,୦୩୬ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଥିବା ୯,୭୫୪ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ୪,୨୩,୮୮,୪୭୫ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ବର୍ତ୍ତମାନ ୫୯୪୪୨ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସୁଦ୍ଧା ସମୁଦାୟ ୧,୭୮,୫୩,୭୯,୨୪୯ ଲୋକଙ୍କୁ ଟିକା ଦିଆଯାଇଛି। ଆଇସିଏମ୍‌ଆର୍‌ ରିପୋର୍ଟ ଅନୁସାରେ, ଗତକାଲି ୯,୦୯,୯୮୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ମୋଟ୍‌ ୭୭,୨୮,୨୪,୨୪୬ ନମୁନା ପରୀକ୍ଷା କରାଯାଇଛି। ।

Comments are closed.