ଦେଶରେ ୨୪ ଘଂଟାରେ ୩୦,୭୭୩ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଦେଶରେ ପୁଣି ଦୈନିକ ସଂକ୍ରମଣ ୩୦ ହଜାର ଅତିକ୍ରମ କରିଛି। ୨୪ ଘଣ୍ଟାରେ ଆଉ ୩୦,୭୭୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୪୮,୧୬୩କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୦୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୪,୮୩୮ରେ ପହଞ୍ଚିଛି। ଦିନକରେ ଆଉ ୩୮,୯୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ସୁଦ୍ଧା ୩,୨୬,୭୧,୧୬୭ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଆରୋଗ୍ୟ ହାର ୯୭.୬୮%। ୩,୩୨,୧୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.