୨୪ ଘଣ୍ଟାରେ ୩୮,୬୨୮ ନୂଆ କରୋନା ସଂକ୍ରମିତ

ଦେଶରେ ଆଜି ଗତକାଲି ତୁଳନାରେ ଦୈନିକ ସଂକ୍ରମଣ ହ୍ରାସ ପାଇଛି। ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୬୨୮ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମଣ ୩୧୮୯୫୩୮୫କୁ ବୃଦ୍ଧି ପାଇଛି। ସେହି ସମୟରେ ୪୦,୦୧୭ ଜଣ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହେଉଥିବା ଲୋକଙ୍କ ତୁଳନାରେ ଆଜି ସଂକ୍ରମିତଙ୍କ ସଂଖ୍ୟା କମ ରହିଛି।

ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୧୦,୫୫,୮୬୧ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି। ଏଥି ସହିତ ଦେଶରେ ସଂପ୍ରତି ୪,୧୨,୧୫୩ ଜଣ ସକ୍ରିୟ କରୋନା ରୋଗୀ ଥିବା ଜଣାଯାଇଛି। ଆରୋଗ୍ୟ ହାର ୯୭.୩୭% ରହିଥିବା ବେଳେ ଦୈନିକ ସଂକ୍ରମଣ ୧.୨୯% ରହିଛି। ଗତକାଲି ସୁଦ୍ଧା ୫୦ କୋଟି ୧୦ ଲକ୍ଷ ୯ ହଜାର ୬୦୯ କୋଟି ଡୋଜ ଟୀକା ଦିଆଯାଇଥିବା ବେଳେ ୪୭ କୋଟି ୮୩ ଲକ୍ଷ ୧୬ ହଜାର ୯୬୪ଟି ନମୁନା ପରୀକ୍ଷା କରାଯାଇଛି।

Comments are closed.