୨୪ ଘଂଟାରେ ଦେଶରେ ୧ ଲକ୍ଷ ୫୯ ହଜାର ୧୩୬ କୋଭିଡ ପଜିଟିଭ

ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୯ ହଜାର ୧୩୬ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ସଂକ୍ରମଣ ୩ କୋଟି ୫୫ ଲକ୍ଷ ୨୮ ହଜାର ୪କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ୪୦ ହଜାର ୮୬୩ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ କରୋନା ଜନିତ ମୋଟ ଆରୋଗ୍ୟ ସଂଖ୍ୟା ୩ କୋଟି ୪୪ ଲକ୍ଷ ୫୩ ହଜାର ୬୦୩କୁ ବୃଦ୍ଧି ପାଇଛି। ତେବେ ଚିକିତ୍ସାଧୀନ ଆକ୍ରାନ୍ତଂକ ମଧ୍ୟରୁ ୩୨୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସୁଦ୍ଧା କରୋନା ଯୋଗୁ ୪ ଲକ୍ଷ ୮୩ ହଜାର ୭୯୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦେଶରେ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ, ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇଛି। ଏବେ ୫ ଲକ୍ଷ ୯୦ ହଜାର ୬୧୧ ଜଣ ସକ୍ରିୟ ଚିକିତ୍ସାଧୀନ ରହିଥିବା ଜଣାପଡିଛି।

Comments are closed.