୨୪ ଘଂଟାରେ ଦେଶରେ ୮୭୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୬୨୧ ମୃତ

ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୮ ହଜାର ୭୭୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩ କୋଟି ୪୫ ଲକ୍ଷ ୭୨ ହଜାର ୫୨୩କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ୯ ହଜାର ୪୮୧ ଜଣ ସୁସ୍ଥ ହେବା ପରେ ଦେଶରେ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୩ କୋଟି ୩୯ ଲକ୍ଷ ୯୮ ହଜାର ୧୭୮ରେ ପହଂଚିଛି ଓ ଏବେ ଦେଶରେ ଆରୋଗ୍ୟ ହାର ୯୮.୩୪% ରହିଛି। ଅନ୍ୟପକ୍ଷରେ ଗତ ୨୪ ଘଂଟାରେ ଚିକିତ୍ସାଧୀନ ଅବସ୍ଥାରେ ୬୨୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ଯାହା ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୮ ହଜାର ୫୫୪କୁ ବୃଦ୍ଧି ପାଇଛି ତେବେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ମୃତ୍ୟୁ ହାର ସର୍ବନିମ୍ନ ୧.୩୬% ରହିଛି।

ଗତକାଲି ୧୦ ଲକ୍ଷ ୯୧ ହଜାର ୨୩୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ ମୋଟ ୬୩ କୋଟି ୯୪ ଲକ୍ଷ ୨୭ ହଜାର ୨୬୨ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ମିଳିଛି।

Comments are closed.