ଦେଶରେ ଆରୋଗ୍ୟ ହାର ୯୮.୨୪%, ୨୪ ଘଣ୍ଟାରେ ୧୦ ହଜାର ୮୫୩ ନୂଆ ଆକ୍ରାନ୍ତ

ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆରୋଗ୍ୟ ହାର ବୃଦ୍ଧି ପାଉଛି। ଦେଶରେ ଗୋଟିଏ ଦିନରେ ୧୦ ହଜାର ୮୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ କରୋନା ସଂକ୍ରମଣ ୩ କୋଟି ୪୩ ଲକ୍ଷ ୫୫ ହଜାର ୫୩୬ରେ ପହଂଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୪୩୨ ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୩ କୋଟି ୩୭ ଲକ୍ଷ ୪୯ ହଜାର ୯୦୦କୁ ବୃଦ୍ଧି ପାଇଛି। ଫଳରେ ଆରୋଗ୍ୟ ହାର ୯୮.୨୪%କୁ ବୃଦ୍ଧି ପାଇଛି।

ଏବେ ଦେଶରେ ସକ୍ରିୟ ଚିକିତ୍ସାଧୀନ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୪ ହଜାର ୮୪୫ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୫୨୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଦେଶରେ ଗତକାଲି (ନଭେମ୍ବର ୬) ୯ ଲକ୍ଷ ୧୯ ହଜାର ୯୯୬ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୬୧ କୋଟି ୪୮ ଲକ୍ଷ ୮୫ ହଜାର ୭୪୭ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ମିଳିଛି।

Comments are closed.