ଦିନକରେ ୩୬,୫୭୧ ନୂଆ ସଂକ୍ରମିତ ; ଆରୋଗ୍ୟ ହାର ୯୭.୫୪%

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ  ୩୬,୫୭୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ଆଉ ୩୬,୫୫୫ ସୁସ୍ଥ ହୋଇଛନ୍ତି। ଏଥି ସହ ମୋଟ ଆରୋଗ୍ୟ ସଂଖ୍ୟା ୩,୧୫,୬୧,୬୩୫ରେ ପହଞ୍ଚିଛି । ଦେଶରେ କୋରୋନା ଆରୋଗ୍ୟ ହାର ମଧ୍ୟ ୯୭.୫୪%କୁ ବୃଦ୍ଧି ପାଇଛି । ଦେଶରେ ଚିକିତ୍ସାଧୀନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୩ ହଜାର ୬୦୫ ରହିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୪୦ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୫୮୯କୁ ବୃଦ୍ଧି ପାଇଛି।

ଦେଶରେ ଦୈନିକ ସଂକ୍ରମଣ ହାର ୧.୯୪ % ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୩% ରହିଛି । ଦେଶରେ ମୋଟ ୫୦.୨୬ କୋଟି ନମୁନା ପରୀକ୍ଷା କରାଯାଇଛି ଏବଂ ଏ ପର୍ଯ୍ୟନ୍ତ ୫୭.୭୨ କୋଟି ପାନ ଟିକା ଦିଆଯାଇଛି।

Comments are closed.