କରୋନା : ଭାରତରେ ୬ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଗତ ୨୪ ଘଣ୍ଟାରେ ୨୬୦ ମୃତ ଓ ୯୩୦୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ସମଗ୍ରରେ ବିଶ୍ଵରେ କାୟା ମେଲାଇ ଚାଲିଥିବା ମାହମାରୀ କରୋନା ଯୋଗଁ ମଧ୍ୟ ଭାରତରେ ଭୟଙ୍କର ହେଉଛି କରୋନା ସ୍ଥିତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମହାମାରୀ କରୋନା ୬ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬୦ ଜଣଙ୍କର ମହାମାରୀ କରୋନାରେ ପ୍ରାଣହାନୀ ହୋଇଥିବା ବେଳେ ୨୪ ଘଣ୍ଟାରେ ସର୍ବାଧିକ ୯ ହଜାର ୩୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପାରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୪୨ ଲକ୍ଷ ୪୨ ହଜାର ୭୧୮ ଟି ନମୁନା ପରୀକ୍ଷଣ ହୋଇଥିବା ବେଳେ  ୨ଲକ୍ଷ ୧୬ ହଜାର ୯୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୪ ହଜାର ୧୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୭୫ ଜଣଙ୍କର ମହାମାରୀ କରୋନା ଯୋଗୁଁ ପ୍ରାଣହାନୀ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ୧ ଲକ୍ଷ ୬ ହଜାର ୭୩୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.