ଦେଶରେ ୨୪ ଘଣ୍ଟାରେ ୬୨ ହଜାର ୬୪ କରୋନା ପଜିଟିଭ‌ , ୧୦୦୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୨ ହଜାର ୬୪କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ହଜାର ୦୭୪ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୦୦୭ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୪୪ ହଜାର ୩୮୬ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୬ଲକ୍ଷ ୩୪ ହଜାର ୯୪୫ ଜଣ ସକ୍ରିୟ ରୋଗୀ ଥିବାବେଳେ ୧୫ ଲକ୍ଷ ୩୫ ହଜାର ୭୪୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.