କରୋନା – ୨୪ ଘଣ୍ଟାରେ ଭାରତରେ ୧୦୩ ମୃତ, ୩୯୭୦ ସଂକ୍ରମିତ ଚିହ୍ନଟ

ସମାଜ ପୋର୍ଟାଲ ଡେସ୍କ: କୋଭିଡ୍‍ ନାଇଣ୍ଟିନ୍‍ ଆକ୍ରାନ୍ତଙ୍କ ସଂଖ୍ୟା ସାରା ବିଶ୍ୱରେ ପ୍ରାୟ ୪୭ଲକ୍ଷ ହୋଇଥିବା ବେଳେ ୩ଲକ୍ଷ ୧୦ହଜାରରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇ ସାରିଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଗତକାଲି ଗୋଟିଏ ଦିନରେ ୧୭ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଆମେରିକାରେ ପ୍ରାୟ ୧୫ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୮୮ ହଜାର ୬୬୮ ଜଣ ପ୍ରାଣ ହରାଇଛନ୍ତି। ରୁଷରେ ଏବେ ପରିସ୍ଥିତି ଜଟିଳ ଆକାର ଧାରଣ କରିଛି। ଗତକାଲି ସେଠାରେ ୯ହଜାର ୨୦୦ ନୂଆ ଲୋକଙ୍କଠାରେ ଭୂତାଣୁ ସଂକ୍ରମଣ ଦେଖାଦେଇଛି।

ଭାରତରେ ଗତ ୨୪ ଘଣ୍ଟାରେ ୧୦୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ହଜାର୯୭୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ୯୨୭ରେ ପହଞ୍ଚିଥିବା ବେଳେ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨ହଜାର ୮୭୨କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ ୩୪ ହଜାର ୧୦୯ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୩୫ ଦଶମିକ ୦/୮ ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୦ ହଜାର ୭୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments are closed.