ଦେଶରେ ଆଉ ୨ଲକ୍ଷ ୫୮ ହଜାର ୮୯ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଅଢ଼େଇ ଲକ୍ଷ ତଳକୁ ଖସୁନି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨ଲକ୍ଷ ୫୮ ହଜାର ୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ହେଲେ ଗତକାଲିଠୁ ୧୩ହଜାର ୧୧୩ କରୋନା ମାମଲା କମ୍‍ ରହିଛି । ସେହିପରି ଗୋଟିଏ ଦିନରେ କରୋନା ନେଇଛି ୩୮୫ ଜଣଙ୍କ ଜୀବନ । ଅନ୍ୟପଟେ ସୁସ୍ଥତାହାର ମଧ୍ୟ ବଢ଼ୁଥିବା ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୭୪୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୬,୫୬,୩୪୧ ।  ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ଏଯାଏ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୨୦୯କୁ ବୃଦ୍ଧି ପାଇଛି ।

Comments are closed.