ଅଢ଼େଇ ଲକ୍ଷ ଟପିଲା ଦୈନିକ କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ ଅଢ଼େଇ ଲକ୍ଷ ଟପିଲା ଦୈନିକ କରୋନା ମାମଲା । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ଲକ୍ଷ ୬୪ ହଜାର ୨୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୩୧୫ ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଦେଶରେ ଦୈନିକ ସଂକ୍ରମଣ ହାର ୧୪.୮୭%କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୦୯,୩୪୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୨,୦୭୩ ରହିଛି । ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୫ ହଜାର ୭୫୩କୁ ବୃଦ୍ଧି ପାଇଛି ।

Comments are closed.