MEllora 950×100

ଦେଶରେ ଆଉ ୭, ୨୩୧ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୭ହଜାର ୨୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ଆଉ ୧୦,୮୨୮ ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି । ଦେଶରେ ଲଗାତର କରୋନା ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟ ବଢ଼ୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ।

ବର୍ତ୍ତମାନ ଦେଶରେ ମୋଟ୍‌ ସକ୍ରିୟ ମାମଲା ୬୪,୬୬୭ ରହିଛି । ସେହିପରି ଦେଶରେ ଦୈନିକ ପଜିଟିଭିଟି ହାର ୨.୦୫% ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪,୩୮,୩୫,୮୫୨ ଆରୋଗ୍ୟ ହୋଇଛନ୍ତି । ସେହିପରି ଦେଶରେ ମୋଟ ୫ଲକ୍ଷ ୨୭ହଜାର ୮୭୪ଜଣଙ୍କ ମୃତ୍ୟୁ ଘଟିଛି ।

Comments are closed.