ଚୀନ ସୀମାରେ ଉଡ଼ିଲା ଭାରତୀୟ ଯୁଦ୍ଧ ବିମାନ

ପୂର୍ବ ଲାଦାଖ ଅଞ୍ଚଳରେ ଚୀନ ସେନା ବାସ୍ତବିକ ନିୟନ୍ତ୍ରଣ ରେଖା ପାର କରିବା ଓ ଭାରତୀୟ କ୍ଷେତ୍ରରେ ପ୍ରବେଶ ନିମନ୍ତେ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲିପୁଲେଖ ଅଞ୍ଚଳରେ ମଧ୍ୟ ସତର୍କତା ବଢ଼ାଇ ଦିଆଯାଇଛି । ମଙ୍ଗଳବାର ଭାରତୀୟ ଯୁଦ୍ଧ ବିମାନଗୁଡ଼ିକ ସୀମାରେ ପହରା ଦେଇଛନ୍ତି । ଏହା ସହ ଛାମୁଆ ସେନା ଚୌକିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।

ଚୀନ ଲଗାତାର ଭାରତ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛି । ଉସୁକାଇବା ପରି ପଦକ୍ଷେପ ଗ୍ରହଣ କରୁଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରାଖର୍ଡର ପିଥୌରଗଡ଼ ଜିଲାର ସୀମାନ୍ତବର୍ତୀ ଅଞ୍ଚଳରେ ଭାରତୀୟ ସେନା ସଜାଗ ରହିଛନ୍ତି । ମଙ୍ଗଳବାର ଭାରତୀୟ ବାୟୁସେନାର ଫାଇଟର ଜେଟଗୁଡ଼ିକ ସୀମାରେ ଉଡ଼ାଣ କରିବା ସହ ସ୍ଥିତିର ଅନୁଧ୍ୟାନ କରିଛି ।

ଚୀନ ନିଜର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ପାକ୍ ଅଧିକୃତ କାଶ୍ମୀରକୁ ବଞ୍ଚାଇବାକୁ ଉଦ୍ୟମ ଚଳାଇଛି । ଏଥିପାଇଁ ଉସୁକାଇବା ପରି ପଦକ୍ଷେପ ଗ୍ରହଣ କରୁଛି । ୧୯୬୨ ମସିହାରେ ଚୀନ ବିଶ୍ବାସଘାତକତା କରିଥିଲା । ମାତ୍ର ସେତେବେଳେ ପରିସ୍ଥିତି ଭିନ୍ନଥିଲା । ଏବେ ଭାରତୀୟ ସେନା ଚୀନକୁ ଜବାବଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଯଦି ଚୀନ ସେପରି କିଛି ପଦକ୍ଷେପ ଗ୍ରହଣ କରେ ତେବେ ତାକୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ।

Comments are closed.