ସେନା ପ୍ରତ୍ୟାହାର ନେଇ ଚାଲିଛି ଭାରତ-ଚୀନ ବୈଠକ

ଲଦାଖ ସେକ୍ଟରରେ ପ୍ରକୃତ ସୀମା ରେଖା ନିକଟସ୍ଥ ଅଂଚଳରୁ ଚୀନ ସେନା ପ୍ରତ୍ୟାହାର ନେଇ ଆଜି ଦୌଲତ ବେଗଠାରେ ଭାରତ ଏବଂ ଚୀନ୍ ମଧ୍ୟରେ ମେଜର ଜେନେରାଲ ସ୍ତରୀୟ ଆଲୋଚନା ଚାଲିଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି। ଉଭୟ ପକ୍ଷ ଦୀପସଙ୍ଗ ଅଞ୍ଚଳରୁ ସେନା ଅପସାରଣ ଉପରେ ଗୁରୁତ୍ୱ ଦେବାକୁ ବୈଠକରେ ଆଲୋଚନା ହେଉଛି ଯେଉଁଠାରେ ଚୀନ ୧୭ ହଜାରରୁ ଅଧିକ ସୈନ୍ୟ ଠୁଳ କରିଛି।
ଚୀନ୍ର ଯେକୌଣସି ଆକ୍ରମଣର ଜବାବ ଦେବାକୁ ଭାରତ ସେଠାରେ ୧୫ ହଜାରରୁ ଅଧିକ ସୈନ୍ୟ ଓ ବ୍ୟାପକ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି। ଚାଇନିଜ୍ମାନେ ମଧ୍ୟ ଅନେକ ସଶସ୍ତ୍ର ରେଜିମେଣ୍ଟ ସହିତ ସେଠାକୁ ଆସିଛନ୍ତି | ପୂର୍ବ ଲଦାଖ ସେକ୍ଟରରୁ ସୈନ୍ୟ ଅପସାରଣ ପାଇଁ ଭାରତ ଏବଂ ଚୀନ୍ ସେମାନଙ୍କ ମଧ୍ୟରେ ପାଞ୍ଚti ପର୍ଯ୍ୟାୟରେ ଲେଫ୍ଟନାଣ୍ଟ ଜେନେରାଲ୍ ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ସେତେଟା ସୁଫଳ ମିଳିପାରିନାହିଁ। ପୂର୍ବ ଲଦାଖର ଫିଙ୍ଗର ୫ ଏବଂ ଗୋଗ୍ରା ପୋଷ୍ଟ ନିକଟରୁ ଚୀନ ସମ୍ପୂର୍ଣ୍ଣସେନା ପ୍ରତ୍ୟାହାର ପାଇଁ ରାଜି ହେଉନି।