ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲେ ବିସ୍ମୟ ବାଳକ ‘ଆରଭ’

ବ୍ରହ୍ମପୁର: ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ସହର ନିଳାଞ୍ଚଳ ନଗରର ଆରଭ ପଟ୍ଟନାୟକ। ମାତ୍ର ସାଢ଼େ ୪ ବର୍ଷ ବୟସରେ ଆରଭ ଇଂରାଜୀ ପୁସ୍ତକ କ୍ଷୀପ୍ର ଗତିରେ ପଢ଼ିପାରୁଥିବାବେଳେ ୧ରୁ ୧୦୦ ଏବଂ ୧୦୦ରୁ ୧ ପର୍ଯ୍ୟନ୍ତ ସଂଖ୍ୟା ଉଚ୍ଚାରଣ କରିପାରୁଛି। ଏହାସହିତ କମ ସମୟ ମଧ୍ୟରେ ୩୫ଟି ସାଧାରଣ ଜ୍ଞାନ ପ୍ରଶ୍ନର ଦେଉଥିବାବେଳେ ୪୦ଟି ଇଂରାଜୀ ସଂଗୀତ(ରାଇମ) ଗାଇ ପାରୁଛି। ଏଥିପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ମେ’ ୧୯ ତାରିଖରେ ଏ ନେଇ ଆବେଦନ କରାଯାଇଥିଲା। ଇଣ୍ଡିଆ ବୁକ ଅଫ ରେକର୍ଡସ ତରଫରୁ ଆରଭଙ୍କ ପ୍ରତିଭା ସମୀକ୍ଷା କରାଯିବା ପରେ ତାଙ୍କୁ ସ୍ବୀକୃତି ପ୍ରଦାନ କରାଯାଇଛି।

Comments are closed.