୩୫ ବର୍ଷ ପରେ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ପରିଚାଳନା ପରିଷଦର ଅଧ୍ୟକ୍ଷ ପଦରେ ଭାରତ

୩୫ ବର୍ଷ ପରେ ଭାରତ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ପରିଚାଳନା ପରିଷଦ – ଆଇଏଲଏର ଅଧ୍ୟକ୍ଷ ପଦ ଗ୍ରହଣ କରିଛି। ଏହା ସହିତ ଭାରତ ଏବଂ ଆଇଏଲ୍ଏ ମଧ୍ୟରେ ୧୦୦ ବର୍ଷର ମୂଲ୍ୟବାନ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଶ୍ରମ ଓ ନିୟୋଜନ ସଚିବ ଅପୂର୍ବ ଚନ୍ଦ୍ର ୨୦୨୦ ଅକ୍ଟୋବରରୁ ୨୦୧୧ ଜୁନ୍ ପର୍ଯ୍ୟନ୍ତ ଏହି ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଶ୍ରୀ ଚନ୍ଦ୍ର ଭାରତୀୟ ପ୍ରଶାସନିକ ସେବାର ୧୯୮୮ ବ୍ୟାଚ୍ ମହାରାଷ୍ଟ୍ର କ୍ୟାଡର ଅଧିକାରୀ ଅଟନ୍ତି।

ଆନ୍ତର୍ଜାତୀୟ ଶ୍ରମ ସଂଗଠନରେ ବର୍ତ୍ତମାନ ୧୮୭ଟି ଦେଶ ସଦସ୍ୟ ଥିବାବେଳେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ପରିଷଦ ଏହି ଆନ୍ତର୍ଜାତୀୟ ଅନୁଷ୍ଠାନର ନୀତି, କାର୍ଯ୍ୟକ୍ରମ, ଏଜେଣ୍ଡା ଏବଂ ବଜେଟ୍ ପରିଚାଳନା ସହ ମହାନିର୍ଦ୍ଦେଶକ ଚୟନ କରିଥାଏ। ସୂଚନା ଅନୁଯାୟୀ, ପରିଚାଳନା ପରିଷଦର ପରବର୍ତ୍ତୀ ବୈଠକରେ ଶ୍ରୀ ଚନ୍ଦ୍ର ଅଧ୍ୟକ୍ଷତା କରିବେ ଯେଉଁଥିରେ ସେ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ତଥା ସାମାଜିକ ସହଭାଗୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏଥିରେ ଶ୍ରମ ବଜାରର ଜଟିଳତାକୁ ହଟାଇବା ଏବଂ ସମସ୍ତ କର୍ମଚାରୀଙ୍କ ପାଇଁ ସାମାଜିକ ନିରାପତ୍ତା କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ଭାରତ ନେଇଥିବା ପଦକ୍ଷେପ ବିଷୟରେ ସଦସ୍ୟମାନଙ୍କୁ ଅବଗତ କରାଯିବ।

Comments are closed.