କଳିଙ୍ଗ କଲେଜ୍‌ ଅଫ୍‌ କମର୍ସରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର – କଳିଙ୍ଗ କଲେଜ୍‌ ଅଫ୍‌ କମର୍ସରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଶ୍ୟାମ ସୁନ୍ଦର ଅଗ୍ରଓ୍ୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।

କଲେଜର ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ମିଶ୍ର ଆତ୍ମନିର୍ଭର ଭାରତ ପାଇଁ ସମସ୍ତ ନାଗରିକ  ଭାରତରେ ପ୍ରସ୍ତୁତ ବସ୍ତୁ ପ୍ରତି ଆଗ୍ରହ ଦେଖାଇବା ଉଚିତ୍‌ ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ କଲେଜ୍‌ର ଛାତ୍ରଛାତ୍ରୀ ପରେଡ୍‌ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Comments are closed.