ଅମ୍ରିତ ରେସିଡେନ୍ସ ଆସୋସିଏସନ୍‌ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କଟକ- କଟକ ସିଡିଏ ୧୩, ସେକ୍ଟର ୧ରେ ଥିବା ଅମ୍ରିତ ରେସିଡେନ୍ସ୍‌ ଆସୋସିଏସନ୍‌ ପକ୍ଷରୁ ଧୂମଧାମରେ ୭୬ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଆସୋସିଏସନ୍‌ର ବରିଷ୍ଠ କର୍ମକର୍ତ୍ତା ନିରଞ୍ଜନ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସମସ୍ତ ସଦସ୍ୟଙ୍କ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ମିଶ୍ର, ପରେଶ ଚନ୍ଦ୍ର ନାୟକ, ପ୍ରଭାକର ମହାନ୍ତି, ବିନୋଦ ପାତ୍ର, କେଦାର ପଟ୍ଟନାୟକ, ପ୍ରମୋଦ ସାହୁ, ରାଧାଗୋବିନ୍ଦ ରାୟ, ଅରୁଣ ପାତ୍ର  , ମନୋଜ ଓଝା ପ୍ରମୁଖ ସାମିଲ ହୋଇଥିଲେ । ସେନାର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ପବିତ୍ର କୁମାର ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments are closed.