ଭାରତ ୪୧୬ରେ ଅଲ ଆଉଟ

ବର୍ମିଂହାମ୍‌ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚର ପ୍ରଥମ ଇନିଂସରେ ଭାରତ ୪୧୬ ରନ କରି ଅଲ ଆଉଟ ହୋଇଯାଇଛି। ଗତକାଲି ଋଷଭ ପନ୍ତ୍‌ ଓ ଆଜି ରବୀନ୍ଦ୍ର ଜଡେଜାଙ୍କ ଶତକ ବଳରେ ଭାରତ ଏହି ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି। ଗତକାଲି  ଋଷଭ  ପନ୍ତ୍ ୧୧୧ ବଲ୍‌ରୁ ୪ଟି ଛକା ଓ ୧୯ଟି ଚୌକା ସହ ୧୪୬ ରନ୍ କରିଥିଲେ । ସେହିପରି  ୬୮ ରନ୍‌କରି ଅପରାଜିତ ଥିବା ରବୀନ୍ଦ୍ର ଜାଡ଼େଜା ୧୦୪ ରନ କରିବାକୁ ସକ୍ଷମ ହୋଇଥିଲେ। ଅଧିନାୟକ ବୁମରା ୩୧ ରନ କରି ଅପରାଜିତ ଅଛନ୍ତି।

ଜେମସ ଆଣ୍ଡରସନ୍‌ ସର୍ବାଧିକ ୫ଟି ଓ ମାଥ୍ୟୁ ପଟ୍‌ସ ୨ଟି ୱିକେଟ ନେଇଛନ୍ତି।

Comments are closed.