ଜୁଲାଇ ୧୩ରୁ ଭାରତ-ଶ୍ରୀଲଙ୍କା ସିରିଜ୍‌

ନୂଆଦିଲ୍ଲୀ: ଜୁଲାଇ ପ୍ରଥମ ସପ୍ତାହରେ ଭାରତୀୟ କ୍ରିକେଟ୍‌ ଦଳ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି। ଏହି ଗସ୍ତରେ ଭାରତୀୟ ଦଳ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଉଭୟ ସିରିଜ୍‌ର ଖେଳସୂଚୀ ସୋମବାର ଘୋଷଣା କରାଯିବ। ୩ଟି ଦିନିକିଆ ମ୍ୟାଚ୍ ଜୁଲାଇ ୧୩, ୧୬ ଓ ୧୮ ଖେଳାଯିବ। ପରେ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଜୁଲାଇ ୨୧, ୨୩ ଓ ୨୫ରେ ଖେଳାଯିବ। ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ୍‌ ଦଳର ଖେଳାଳିଙ୍କୁ ଛାଡ଼ି ଅନ୍ୟ ଖେଳାଳିଙ୍କୁ ନେଇ ଉପରୋକ୍ତ ଭାରତ-ଶ୍ରୀଲଙ୍କା ଧଳାବଲ୍‌ ସିରିଜ୍ ଖେଳାଯିବ।

ଶିଖର ଧାୱନ, ହାର୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ବର କୁମାରଙ୍କ ମଧ୍ୟରୁ କେହି ଜଣେ ଭାରତୀୟ ଦଳର ନେତୃତ୍ବ ନେବେ। ରବି ଶାସ୍ତ୍ରୀ ଅଷ୍ଟ୍ରେଲିଆରେ ଥିବାରୁ ରାହୁଲ ଦ୍ରାବିଡ଼ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ସମ୍ଭାଳିବେ। ଭାରତୀୟ କ୍ରିକେଟ୍‌ରେ ପ୍ରଥମଥର ପାଇଁ ଏହା ଘଟିବାକୁ ଯାଉଛି ଯେ ଦୁଇ ପୃଥକ୍ ଭାରତୀୟ ଦଳ ଭିନ୍ନ ଦେଶରେ ସିରିଜ୍ ଖେଳିବାକୁ ଯାଉଛନ୍ତି।

Comments are closed.