ଶୃଙ୍ଖଳା ବିଜୟଠାରୁ ୫ ୱିକେଟ ଦୂରରେ ଭାରତ

ମୁମ୍ବଇ: ଚଳିତ ୨ୟ ଟେଷ୍ଟମ୍ୟାଚ୍‌ରେ ଭାରତ ୧୭ଟି ୱିକେଟ ହରାଇଥିବା ବେଳେ ସେଥିରୁ ୧୪ଟି ୱିକେଟ ନେଇଛନ୍ତି ନ୍ୟୁଜିଲାଣ୍ଡର ବାମହାତି ସ୍ପନର ଏଜାଜ୍ ପଟେଲ। ଏହାସତ୍ତ୍ବେ ମ୍ୟାଚ୍‌ରେ ଭାରତର ପ୍ରାଧାନ୍ୟ ଜାରି ରହିଛି ଏବଂ ବିଜୟ ଦ୍ବାରରେ ପହଞ୍ଚିଛି। ଏହି ​ଟେଷ୍ଟ ମ୍ୟାଚ୍‌ ସହ ଶୃଙ୍ଖଳା ଜିତିବା ପାଇଁ ଭାରତ ମାତ୍ର ୫ ୱିକେଟ ଦୂରରେ ରହିଛି। ମ୍ୟାଚ୍‌ରେ ଆହୁରି ୨ ଦିନ ବାକିଥିବା ବେଳେ ନ୍ୟୁଜିଲାଣ୍ଡ ପରାଜୟ ଏଡ଼ାଇବା ଅସମ୍ଭବ ମନେହେଉଛି। ଆଜି ୪ର୍ଥ ଦିନରେ ହିଁ ମ୍ୟାଚ୍‌ ସମାପ୍ତ ହେବାକୁ ଯାଉଛି। ୨ୟ ଇନିଂସରେ ଭାରତର ଉପର ଅର୍ଡରର ବ୍ୟାଟ୍‌ସମ୍ୟାନ୍ ଦୃତଗତିରେ ସ୍କୋର୍‌ କରିବା ପରେ ନ୍ୟୁଜିଲାଣ୍ଡକୁ ୨ୟ ଇନିଂସରେ ଅତ୍ୟନ୍ତ କଷ୍ଟକର ୫୪୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଏହା ପରେ ରବିଚନ୍ଦ୍ରନ ଅଶ୍ବିନ ୩ଟି ୱିକେଟ ନେବାରୁ ନ୍ୟୁଜିଲାଣ୍ଡ ୨ୟ ଇନିଂସରେ ୫ଟି ୱିକେଟ ହରାଇଛି।

ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୬୨ ରନ୍‌ରେ ଅଲ୍‌ଆଉଟ ହେବା ପରେ ଭାରତ ପ୍ରଥମ ଇନିଂସରେ ୨୬୩ ରନ୍‌ ଆଗରେ ରହିଥିଲା। ପରେ ଭାରତ ୭ ୱିକେଟରେ ୨୭୬ ରନ୍‌କରି ୨ୟ ଇନିଂସ ଘୋଷଣା କରିଛି। ଫଳ​‌େ​‌ର ନ୍ୟୁଜିଲାଣ୍ଡକୁ ୫୪୦ ରନ୍‌ର ଲକ୍ଷ୍ୟ ମିଳିଛି। ଏହାର ପିଛାକରି ରବିବାର ୩ୟ ଦିନ ଶେଷରେ ନ୍ୟୁଜିଲାଣ୍ଡ ୨ୟ ଇନିଂସରେ ୫ ୱିକେଟ ହରାଇ ୧୪୦ ରନ୍‌ କରିପାରିଛି। ଶେ​‌ଷ ୫ ୱିକେଟ ହାତରେ ଥିବା ବେଳେ ନ୍ୟୁଜିଲାଣ୍ଡ ଆହୁରି ୪୦୦ ରନ୍ ଆବଶ୍ୟକ କରୁଛି। ଫଳରେ ମ୍ୟାଚରେ ମାତ୍ର ଗୋଟିଏ ଫଳାଫଳ ନଜର ଆସୁଛି।

Comments are closed.