୩ୟ ଟେଷ୍ଟ: ଭଲ ସ୍ଥିତିରେ ଅଷ୍ଟ୍ରେଲିଆ

ସିଡ୍‌ନୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ୩ୟ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ଘରୋଇ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଜାରି ରଖିଛି। ୪୧ ଓଭର ଖେଳ ଶେଷ ସୁଦ୍ଧା ଦଳ ୨ ୱିକେଟ ହରାଇ ୧୩୨ ରନ୍‌ ସଂଗ୍ରହ କରି ଭଲ ସ୍ଥିତିରେ ରହିଛି।

ଦୁଇ ଅଷ୍ଟ୍ରେଲୀୟ ଓପନର ୱିଲ୍‌ ପୁକୋଭ୍‌ସ୍କି ଏବଂ ଡେଭିଡ ୱାର୍ନର ପ୍ୟାଭିଲିଅନ ଫେରିଯାଇଛନ୍ତି। ପୁକୋଭସ୍କି ୬୨ ରନ୍‌ କରି ନବଦୀପ ସାଇନିଙ୍କ ଦ୍ବାରା ଆଉଟ ହୋଇଥିବାବେଳେ ୱାର୍ନର ୫ ରନ କରି ମହମ୍ମଦ ସିରାଜଙ୍କ ଦ୍ବାରା ଆଉଟ ହୋଇଥିଲେ। ମାର୍ନସ ଲାବୁସଚାଗ୍‌ନେ ଏବଂ ଷ୍ଟିଭ୍‌ ସ୍ମିଥ ଯଥାକ୍ରମେ ୪୪ ଏବଂ ୨୦ ରନ୍‌ କରି ଅପରାଜିତ ରହିଛନ୍ତି। ୪ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏ ମ୍ୟାଚରେ ବିଜୟୀ ହୋଇ ସମାନ ସ୍ଥିତିରେ ରହିଛନ୍ତି।

Comments are closed.