ରାଜଧାନୀ ଚିକିତ୍ସାଳୟ : ଆମ୍ବୁଲାନ୍ସ ସଂଖ୍ୟା ବଢ଼ିଲା

ଭୁବନେଶ୍ବର : କରୋନା ପରୀକ୍ଷଣ ବୃଦ୍ଧିକୁ ନେଇ ରାଜଧାନୀ ଚିକିତ୍ସାଳୟ ଗାଡି ସଂଖ୍ୟାକୁ ବୃଦ୍ଧି କରାଯାଇଛି। ଶନିବାର ଅଧିକ ୫ଟି େରାଗୀବାହନ ଯାନ କରୋନା କାର୍ଯ୍ୟରେ ସାମିଲ ହୋଇଛି। ଫଳରେ ଏହି ଯାନ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଭୁବନେଶ୍ବର ମହାନଗର ନିଗମକୁ ପରୀକ୍ଷଣରେ ସହଯୋଗ କରିବା ପାଇଁ ଦୁଇଜଣ ଡାଟା ଏଣ୍ଟ୍ରି ଅପରେଟର ପାଇଁ ଚିଠି କରାଯାଇଛି। ବର୍ତ୍ତମାନ ଡାଟା ଏଣ୍ଟ୍ରି ଅପରେଟର ୩୭ ଥିବାବେଳେ ପରୀକ୍ଷାଗାର ଟେକ୍ନିସିଆନ ୩୫ ଜଣ ରହିଛନ୍ତି। ଆଗକୁ ନିର୍ଦେଶନାମା ଆସିବା ପରେ ଏ କ୍ଷେତ୍ରରେ ଅଧିକ ପଦକ୍ଷେପ ନିଆଯିବ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ଦିଆଯାଇଛି।
ଦୁଇ ପରିଚାଳକଙ୍କ ବଦଳି
କ୍ୟାପିଟାଲ ହସ୍ପିଟାଲରୁ ଗତକାଲି ଦୁଇ ପରିଚାଳକଙ୍କ ନ’ ତାଲାକୁ ବଦଳି ହୋଇଛି। ତିନି ପରିଚାଳକଙ୍କ ମଧ୍ୟରୁ ଡ.ସୌମ୍ୟକାନ୍ତ ପାତ୍ର ଏବଂ ଲଲିତ ମୋହନ ସାହୁଙ୍କ ବଦଳି ହୋଇଥିବାବେଳେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ବିରଞ୍ଚି ନାରାୟଣ ସାହୁଙ୍କୁ ରାଜଧାନୀ ଚିକିତ୍ସାଳୟର ନୂଆ ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଛି। ଏହାଛଡା ପୂର୍ବରୁ ରଶ୍ମିରଞ୍ଜନ ସାହୁ ଥିବାବେଳେ ବତ୍ତର୍ମାନ ଦୁଇଜଣ ପରିଚାଳକ କାର୍ଯ୍ୟ କରୁଛନ୍ତି।
ସାମିଲ ହେବ ୩ ଘରୋଇ କୋଭିଡ ହସ୍ପିଟାଲ
ରାଜଧାନୀରେ କରୋନା ସଂକ୍ରମଣ ୪୦୦ ପାର କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ କୋଭିଡ ହସ୍ପିଟାଲ ଏବଂ କୋଭିଡ ଯତ୍ନ େକନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ସରକାରୀ ସହଯୋଗୀ ଘରୋଇ କୋଭିଡ ହସ୍ପିଟାଲ ଭାବେ ସମ୍‌ ଏବଂ ଆଦିତ୍ବ-ଅଶ୍ବିନୀ କାର୍ଯ୍ୟ କରୁଥିବାବେଳେ ସରକାରୀ କୋଭିଡ ୟତ୍ନ େକନ୍ଦ୍ର ଭାବେ ଡୁମୁଡୁମା ଓ ପଟିଆ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ହାଇଟେକ, ନୀଳାଚଳ ଏବଂ ବ୍ଲୁ-ହ୍ବିଲ ହସ୍ପିଟାଲ ସାମିଲ ହେବା ନେଇ ନିଷ୍ପତ୍ତି ସରିଛି।
କାର୍ଯ୍ୟାଳୟରେ ଟିକାକରଣ କେନ୍ଦ୍ର
ଟିକାକରଣର ଶତପ୍ରତିଶତ ସଫଳତାକୁ ଗୁରୁତ୍ବ ଦେଇ କାର୍ଯ୍ୟାଳୟରେ ଟିକାକରଣ କେନ୍ଦ୍ର ଆରମ୍ଭ କରିଛନ୍ତି। ଉଭୟ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ ୧୦୦ରୁ ଅଧିକ କର୍ମଚାରୀ ଥିଲେ ଟିକାକରଣ କେନ୍ଦ୍ର କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସେହି କ୍ରମରେ ରେଳସଦନ ଓ ଓମ୍‌ଫେଡ କାର୍ଯ୍ୟାଳୟରେ ଟିକାକରଣ ସରିଥିବାବେଳେ ଏବେ ମହାଲେଖାକାର କାର୍ଯ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ୨୨୦ କର୍ମଚାରୀ ଟିକା ନେଇସାରିଛନ୍ତି। ଆସନ୍ତା ମଙ୍ଗଳବାର ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ କରାଯିବ।
ବଢୁଛି ପରୀକ୍ଷଣ
ଭୁବନେଶ୍ବର : କରୋନା ମହାମାରୀର ଦ୍ରୁତ ସଂକ୍ରମଣ ପରିସ୍ଥିତି ଦେଖି ରାଜଧାନୀରେ ପରୀକ୍ଷଣ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେବା ପରେ ବିଏମ୍‌ସି ପ୍ରଯତ୍ନଶୀଳ ହୋଇଛି। ଦୈନିକ ପରୀକ୍ଷଣ ୩ ହଜାରରୁ ଅଧିକ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଗତ ୫ଦିନ ଭିତରେ ପରୀକ୍ଷଣ ଆଖି ଦୃଶିଆ ଭାବେ ବଢ଼ିଛି। ଗତ ୧୨ତାରିଖରେ ୧୫୦୬ ପରୀକ୍ଷଣ ହୋଇଥିବା‌େ‌ବଳେ ଏହା ପରଦିନ ୧୮୦୩କୁ ବୃଦ୍ଧି ହୋଇଥିଲା। ହେଲେ ୧୪ରେ ପରୀକ୍ଷଣ ହ୍ରାସ ପାଇ ୧୫ଶହ ହୋଇଥିଲା। ୧୫ରେ ପରୀକ୍ଷଣ ୨୨୫୫ ଏବଂ ଶୁକ୍ରବାରରେ ୨୩ଶହ ଲୋକଙ୍କ କରୋନା ପରୀକ୍ଷା ହୋଇଥିଲା ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.