ମଙ୍ଗଳବାରଠୁ ବଢ଼ିବ ମୋବାଇଲ କଲ୍‌ ଦର

ନୂଆଦିଲ୍ଲୀ : ଏଣିକି ମୋବାଇଲ କଲ୍ ପାଇଁ ଆପଣଙ୍କୁ ଅଧିକ ଅର୍ଥ ଗଣିବାକୁ ପଡିବ । ଡି​ସେ‌ମ୍ବର ୩ ତାରିଖ ମଙ୍ଗଳବାରଠାରୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ ଦର। ​ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଇଡିଆ ଏବଂ ଭୋଡାଫୋନ୍ ମଙ୍ଗଳବାରଠାରୁ ମୋବାଇଲ୍ କଲ୍ ଦର ବୃଦ୍ଧି କରିବାକୁ ଯାଉଛନ୍ତି। ସେହିପରି ଏୟାରଟେଲ୍ ସମେତ ଜିଓ ଭଳି ଟେଲିକମ୍‌ କମ୍ପାନୀ  ସେମାନଙ୍କର ଟାରିଫ ପ୍ଲାନରେ ବୃଦ୍ଧି ଘଟାଇବାକୁ ଯାଉଛନ୍ତି । ଅର୍ଥାତ ପୂର୍ବରୁ ଉପଭୋକ୍ତା ଏହି ଟେଲିକମ୍ କମ୍ପାନୀଗୁଡିକଠାରୁ ଯେଉଁ ସେବା ପାଉଥିଲେ, ସେଥିପାଇଁ ଏବେ ସେମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସମ୍ପ୍ରତି ଦେଶର ଟେଲିକମ୍‌ କମ୍ପାନୀଗୁଡିକ ଶୋଚନୀୟ ଆର୍ଥିକ ସ୍ଥିତି ଦେଇ ଗତି କରୁଛନ୍ତି । ଏଥିପାଇଁ କମ୍ପାନୀଗୁଡିକୁ ହଜାର ହଜାର କୋଟି ଟଙ୍କାର କ୍ଷତି ମଧ୍ୟ ସହିବାକୁ ପଡୁଛି । ଏଭଳି ସ୍ଥଳେ କମ୍ପାନୀଗୁଡିକ କଲ୍ ଟାରିଫ୍‌ ବୃଦ୍ଧି ଘଟାଇବାକୁ ଯାଉଛନ୍ତି।

Comments are closed.