ବଜେଟ ମୁଖ୍ୟାଂଶ: ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼

ନୂଆଦିଲ୍ଲୀ: ୨୦୨୦ ବଜେଟରେ କେନ୍ଦ୍ର ସରକାର ମଧ୍ୟବିତ୍ତ ପରିବାର ପାଇଁ ଏକ ଭଲ ପଦକ୍ଷେପ ନେଇଛନ୍ତି। ସରକାର ଆୟକର ଛାଡ଼ ସୀମା ବୃଦ୍ଧି କରିଛନ୍ତି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଏଣିକି ଟିକସ ଦେବାକୁ ପଡ଼ିବ ନାହିଁ ଅର୍ଥାତ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରିଛନ୍ତି। ଅନ୍ୟପଟେ ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ବାର୍ଷିକ ଆୟ ପାଇଁ ୧୦% ଆୟକର ଦେବାକୁ ପଡ଼ିବ। ସେହିପରି ବାର୍ଷିକ ଆୟ ୭.୫ ଲକ୍ଷରୁ ୧୦ ଲକ୍ଷ ମଧ୍ୟରେ ଥିଲେ ୧୫%, ୧୦ ଲକ୍ଷରୁ ୧୨.୫ ଲକ୍ଷ ମଧ୍ୟରେ ଥିଲେ ୨୦ ପ୍ରତିଶତ, ୧୨.୫ ଲକ୍ଷରୁ ୧୫ ଲକ୍ଷ ମଧ୍ୟରେ ଥିଲେ ୨୫% ଆୟକର ଲାଗୁ ହେବ। ବାର୍ଷିକ ୧୫ ଲକ୍ଷରୁ ଊର୍ଦ୍ଧ୍ଵ ଆୟକାରୀଙ୍କୁ ୩୦% ଆୟକର ଦେବାକୁ ପଡ଼ିବ।

Comments are closed.