ଆୟକର ଦାଖଲ ଅବଧି ଡିସେମ୍ବର ୩୧କୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଗୁରୁବାର ଆୟକର ଦାଖଲର ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଆୟକର ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ରହିଥିଲା। ଦେଶରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଏହି ବୃଦ୍ଧି କରିଛନ୍ତି। ଜୁଲାଇ ୩୧ରେ ମଧ୍ୟ ସରକାର ଆୟକର ଦାଖଲ ଅବଧିକୁ ବୃଦ୍ଧି କରିଥିଲେ। କରୋନା ମହାମାରୀ ପାଇଁ କରଦାତା ଓ ବିଭିନ୍ନ ଅଂଶୀଦାର ଆୟକର ଦାଖଲ ଓ ଅନ୍ୟାନ୍ୟ ହିସାବ ରିପୋର୍ଟ ଦାଖଲ କରିବା ନେଇ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Comments are closed.