MEllora 950×100

ବଡ଼ମ୍ବା ରତାପାଟ ମହାଲକ୍ଷ୍ମୀ ମହୋତ୍ସବ ଉଦଘାଟିତ

ଉତ୍କଳର ଉତ୍କର୍ଷ ପ୍ରତିପାଦିତ ହୁଏ ଗ୍ରାମୀଣ କଳା ଓ ସଂସ୍କୃତିରେ

ବଡ଼ମ୍ବା : ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରତାପଟରେ ବାର୍ଷିକ ମହାଲକ୍ଷ୍ମୀ ମହୋତ୍ସବ ଗୁରୁବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି। ମହାମାରୀ କରୋନାର ଦୁଇବର୍ଷ ବ୍ୟବଧାନ ପରେ ଅନୁଷ୍ଠିତ ଏହି ଗ୍ରାମୀଣ ମହୋତ୍ସବକୁ ନେଇ ସମଗ୍ର ରତାପାଟ ଉତ୍ସବ ମୁଖର ହୋଇଉଠିଛି । ମହୋତ୍ସବର ସଭାପତି ରଜନୀକାନ୍ତ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ସଂଧ୍ୟାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉତ୍ସବରେ ସ୍ଥାନିୟ ଜପ୍ରତିନିଧି ତଥା ଜିଲାପରିଷଦ ସଦସ୍ୟା ଜୟଶ୍ରୀ ବରାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। ଉତ୍ସବ ପାଳନ କମିଟିର ସମ୍ପାଦକ ବଳଭଦ୍ର ରାଉତ, ଉପସଭାପତି ପ୍ରଶନ୍ନ କୁମାର ପ୍ରଧାନଙ୍କ ସମେତ ସରପଞ୍ଚ ମାଗିରାମ ବେହେରା, ସମିତି ସଭ୍ୟ ବିଦେଶୀ ବେହେରା, କମିଟି ସଦସ୍ୟ ସୁରେନ୍ଦ୍ର ପଲେଇ, ରବିନ୍ଦ୍ର କୁମାର ଦାସ, ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ । ଉତ୍କଳର ଉତ୍କର୍ଷ ଗ୍ରାମୀଣ କଳା ଓ ସଂସ୍କୃତିରେ ପ୍ରତିପାଦିତ ହୁଏ ବୋଲି ଉତ୍ସବ ଅବସରରେ ଅତିଥିମାନେ ମତପୋଷଣ କରିଥିଲେ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଜାରିରହିବ ଏବଂ ପ୍ରତ୍ୟହ ସ୍ଥାନୀୟ କଳା ଓ ସଂସ୍କୃତି ସାଙ୍ଗକୁ ମନହରି ବେପାର ତଥା ବାଣିଜ୍ୟ ପ୍ରଦର୍ଶିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।

Comments are closed.