ପଶ୍ଚିମବଙ୍ଗ ଏବଂ ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଜୋର୍‍ଦାର୍‍

ପଶ୍ଚିମବଙ୍ଗ ଓ ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏବଂ କେରଳ, ତାମିଲନାଡ଼ୁ ଓ ପୁଡ଼ୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଆସନ୍ତା ୬ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋର୍‍ଦାର୍‍ ହୋଇଛି। ଏଥି ସହିତ ସେହିଦିନ ତାମିଲନାଡ଼ୁର କନ୍ୟାକୁମାରୀ ଲୋକସଭା ଆସନ ଏବଂ କେରଳର ମାଲାପୁର ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି। ଗତକାଲି ସେଠାରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି।

Comments are closed.