ବିଜୁ ବାବୁଙ୍କୁ ଭାରତରତ୍ନଦେବାକୁ ରାଜ୍ୟସଭାରେ ଦାବି କଲେ ସାଂସଦ ମୁନା ଖାଁ

ନବରଙ୍ଗପୁର : ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାଁ। ବିଜୁବାବୁ ପାଇଲଟ ଥିବାବେଳେ କାଶ୍ମୀରରେ ପାକିସ୍ଥାନୀ ଆତଙ୍କବାଦୀକୁ ଦମନ କରିବାକୁ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କର ନିର୍ଦ୍ଦେଶରେ ସେ ପଞ୍ଜାବ ରେଜିମେଣ୍ଟକୁନେଇ ଶ୍ରୀନଗରରେ ଓହ୍ଳାଇଥିଲେ।  ଦ୍ୱିତୀୟରେ ବିଜୁବାବୁ ଆତ୍ମନିର୍ଭର ଭାରତ ଭାବେ ୬୦ ବର୍ଷ ପୂର୍ବରୁ ହିନ୍ଦୁସ୍ଥାନ ଏରୋନେଟକି ନିର୍ମାଣ କରିଥିଲେ। ତୃତୀୟରେ ସେ ତିନୋଟି ଦେଶର ସ୍ୱାଧୀନତା ସଂଗ୍ରାମ ଭାଗ ନେଇଥିଲେ। ଫଳରେ ବିଜୁ ବାବୁ ନିଧନରେ ଋଷିଆ, ଇଣ୍ଡୋନେସିଆ ଓ ଭାରତବର୍ଷର ଜାତୀୟ ପତାକା ଝୁକା ଯାଇଥିଲା। ତେଣୁ ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ସେ ପ୍ରଧାନମନ୍ତ୍ରୀ ସମେତ ସଦନର ସମସ୍ତ ସଦସ୍ୟକୁ ହାତ ଯୋଡି ନିବେଦନ କରୁଥିବା କହିଥିଲେ ।

Comments are closed.