ଆମରି ରାଜ୍ୟର ଘଟଣା – ଚୋର ଦେଲେ ଚ୍ୟାଲେଞ୍ଜ୍‌, ସ୍କୁଲ୍‌ରୁ ଚୋରିକରିବା ପରେ କଳାପଟାରେ ଲେଖିଲେ ଏପରି..

ଭୁବନେଶ୍ୱର – ଆମ ରାଜ୍ୟର ଏକ ଚୋରି ଘଟଣା ଏବେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ।ସିନେମାରୁ ପ୍ରେରିତ ହୋଇ ଚୋରମାନେ ଚୋରି କରୁଥିବା ଏଥିରୁ ପ୍ରତୀୟମାନ ହେଉଛି । ନବରଙ୍ଗପୁର ଲଖଟିଗୁଡାରେ ଥିବା ଉଚ୍ଚବିଦ୍ୟାଳୟରେ ଚୋରମାନେ ପଶି ଏହାର କମ୍ପ୍ୟୁଟର ଚୋରି କରିଥିଲେ । ଏହା ସହ ବିଦ୍ୟାଳୟରେ ଶ୍ରେଣୀ ଗୃହର ଥିବା ଏକ କଳାପଟାରେ ଆମେ ପୁଣି ଆସିବୁ ସ୍କୁଲ୍‌ ପିଲା ଧରି ପାରିଲେ ଧର ବୋଲି ଉଲ୍ଲେଖ କରିଥିଲେ ।

 

ହିନ୍ଦୀ ସିନେମା ଧୁମ୍‌ରେ ଏପରି ହୋଇଥିବାରୁ ସେମାନେ କଳାପଟାରେ ଧୁମ୍‌ ୪ ବୋଲି ଉଲ୍ଲେଖ କରିଛନ୍ତି । ଏହି ଘଟଣାପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସର୍ବେଶ୍ୱର ବେହେରା ଥାନାରେ ଅଭିଯୋଗ କରିଛନ୍ତି ।

 

ଏହା ପୂର୍ବରୁ ଦହନାରେ ଥିବା ଉଚ୍ଚ ବିଦ୍ୟାଳୟରେ ସମାନ ଉପାୟରେ କମ୍ପ୍ୟୁଟର ସହ ଅନ୍ୟ ବୈଦ୍ୟୁତିକ ସାମଗ୍ରୀ ଚୋରି ହୋଇଥିଲା ।

Comments are closed.