କଟକରେ ନକଲି ଚା’ପତି ଫ୍ୟାକ୍ଟ୍ରି ଠାବ, ୪୫ କ୍ୱିଣ୍ଟାଲ ଚା’ପତି ଜବତ

କଟକ: ନକଲି ଖାଦ୍ୟ ସାମଗ୍ରୀର ଆଡ୍ଡା ପାଲଟିଛି କଟକ ସହର। ଗତ କିଛି ସପ୍ତାହ ମଧ୍ୟରେ କଟକର ବିଭିନ୍ନ ସ୍ଥାନରେ ନକଲି ଖାଦ୍ୟ ସାମଗ୍ରୀ ଠାବ ହୋଇଛି। ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଘିଅ, ତେଲ, ପନୀର ପରେ ଏଥର ଜବତ ହୋଇଛି ନକଲି ଚା’ପତି। ସଦର ଥାନା ମୁକାମେଶ୍ୱର ଗାଁରେ ନକଲି ଚା’ପତି ଫ୍ୟାକ୍ଟ୍ରି ଠାବ କଲା ପୁଲିସ। ବିପୁଳ ପରିମାଣର ଚା’ପତି ସହ ବିଭିନ୍ନ ବ୍ରାଣ୍ଡ୍‍’ର ଷ୍ଟିକର ମଧ୍ୟ ଜବତ ହୋଇଛି। ସମ୍ପୃକ୍ତ ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିବା ସହ ତଦନ୍ତ ଆରମ୍ଭ ହୋଇଛି।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୪୫ କ୍ୱିଣ୍ଟାଲ ଚା’ପତି ଜବତ କରାଯାଇଛି। ଗତ ୪ରୁ ୫ ବର୍ଷ ହେବ ଏହି ଫାକ୍ଟ୍ରି ଚାଲୁଥିବା ଜଣାପଡିଛି। ଟାଟା ଟି ପ୍ରିମିଅମ ଡଷ୍ଟ, ମାଇଁ ଟି ପ୍ରିମିଅମ ଡଷ୍ଟ ଓ ଲୀଳା ଟି ପ୍ରିମିଅମ ଡଷ୍ଟ ନାମରେ ଏହି ନକଲି ଚା ପତି ବିକ୍ରି କରାଯାଉଥିବା ଜଣାପଡିଛି।

Comments are closed.