ପେଗାସସକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପି ଚିଦାମ୍ବରମଙ୍କ ଟାର୍ଗେଟ୍‍

ନୂଆଦିଲ୍ଲୀ: ପୁଣି ଭାରତର ରାଜନୀତିରେ ଉଠିଲା ପେଗାସସ ପ୍ରସଙ୍ଗ । ପେଗାସସ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଟ୍ୱିଟ୍‍ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‍ କରିଥିବା ଦେଖିବାକୁ ମିଳିଛି । ମୋଦିଙ୍କୁ ସିଧାସଳଖ ତାତ୍ସଲ୍ୟ କରିଛନ୍ତି ଚିଦାମ୍ବରମ୍‍ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ପେଗାସସର ସ୍ପାଇୱେୟାରର ଅତ୍ୟାଧୁନିକ ଭର୍ସନ ଆସିଲାଣି କି ନାହିଁ ? ଏକଥା ପ୍ରଧାନମନ୍ତ୍ରୀ ଇସ୍ରାଏଲକୁ ପଚାରନ୍ତୁ ।

ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଭାରତ-ଇସ୍ରାଏଲ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିବା କଥା କହିଛନ୍ତି। ବର୍ତ୍ତମାନ ସଠିକ୍‍ ସମୟ । ପ୍ରଧାନମନ୍ତ୍ରୀ ଇସ୍ରାଏଲକୁ ପଚାରନ୍ତୁ ବୋଲି ସେ କହିଛନ୍ତି । ୨୦୧୭ରେ ମୋଦି ସରକାର ଇସ୍ରାଏଲ ସ୍ପାଇୱେୟାର ପେଗାସସ ପାଇଁ ଚୁକ୍ତି କରିଥିବା ରିପୋର୍ଟ ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି।

Comments are closed.