୭ ଦିନରେ କରୋନା ନେଲାଣି ଗୋଟିଏ ପଂଚାୟତରୁ ୪ ଜୀବନ

ନର୍ଲା: କରୋନା ସଂକ୍ରମଣ ଦିନକୁଦିନ ତାର କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ ଏକ ସଂକଟମୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲୋକଙ୍କ ମୃତ୍ୟୁରେ ଛାନିଆ ହୋଇ ଯାଉଛନ୍ତି ସାଧାରଣ ଲୋକେ। ଗତ ୭ ଦିନ ମଧ୍ୟରେ ନର୍ଲା ବ୍ଲକ ତୁଳାପଡାରେ ୪ଜଣଙ୍କ ମୃତ୍ୟୁ ଅଁଚଳବାସୀଙ୍କ ଦୃଦୟ ଥରେଇ ଦେଇଛି। ତନ୍ମଧ୍ୟରୁ ଜଣେ ହେମନ୍ତ କୁମାର ସେଠୀ(୫୩) ବାହାରେ ରହି ଚାକିରି କରୁଥିବା ବେଳେ ସେ ଭୂୂନେଶ୍ୱରରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କଲେ ଓ ତାଙ୍କ ଶବ ପରିବାରକୁ ଦିଆ ଗଲା ନାହିଁ।। ପରିବାର ଲୋକେ ତାଙ୍କୁ କରୋନା ପଜିଟିଭ୍‍ ଥିବା ପ୍ରକାଶ କରିଛନ୍ତି। ସେହିପରି ତୁଳାପଡା ପଂଚାୟତାଧିନ ଜାମପଦର୍‍ ଗାଁର ବ୍ୟବସାୟୀ ସୁରେନ୍ଦ୍ର କୁମାର ରଣା(୫୨) ବିଶାଖାପାଟଣାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ଶବ ଗାଁକୁ ଫେରିଛି। ତେବେ ତାଙ୍କୁ ଜ୍ୱର ହେଉଥିବାରୁ ସେ ଚିକିତ୍ସା ପାଇଁ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ତୁଳାପଡାର ବନମାଳୀ ପଧାନ(୫୫)ଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତରିତ କରାଗଲା ଓ ସେଠାରେ ତାଙ୍କର ମୃତ୍ୟୁ ହେଲା। ଶବ ଗାଁକୁ ପେରିଲା ନାହିଁ। ମଙ୍ଗଳବାର ଜନୈକ ୬୫ ବର୍ଷିଆ ବୃଦ୍ଧ ଚୈତନ୍ୟ ନାୟକଙ୍କର ଘରେ ମୃତ୍ୟୁ ହୋଇଛି। ଯହାକୁ ନେଇ ଗାଁର ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ସେ କିଛି ଦିନ ପୂର୍ବରୁ କରୋନା ଟୀକା ନେଇଥିଲେ। ତାଙ୍କୁ ଜ୍ୱର ଲାଗି ରହିଥିଲା ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ସକାଳୁ ଉଠି ଚା ପିଇବା ପରେ ତାଙ୍କର ମୃତ୍ୟୁ ହେଲା।

ଏବେ ଜାମପଦର ଗାଁର ଅଧିକାଂଶ ପରିବାର ବର୍ତମାନ ଜ୍ୱରରେ ପୀଡିତ। ଷୋମବାର ସୁଦ୍ଧା ନର୍ଲାରେ ୧୨୫ଜଣ ପଜିଟିଭ୍‍ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ତେବେ ବେସରକାରୀ ହିସାବରେ ଏହାର ସଂଖ୍ୟା ଅଧିକ ହେବ ବୋଲି ଜନମତ ପ୍ରକାଶ ପାଇଛି। ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଡାକ୍ତର ସନତ କୁମାର ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ବିପିଏମ୍‍ ସବିର କୁମାରଙ୍କ ନେତୃତ୍ୱରେ ୩ଟି ଟୀକାକରଣ କେନ୍ଦ୍ର ଓ ଗୋଟିଏ ଉପକେନ୍ଦ୍ରରେ ଟୀକାକରଣ ଚାଲିଛି। ସେହିପରି ରୋଗଚିହ୍ନଟ ପାଇଁ ପିଡୀତଙ୍କ ପରୀକ୍ଷା ମଧ୍ୟ ଜାରୀ ରହିଛି।

Comments are closed.