ଆର୍ଥିକ ଅନିୟମୀତତା କରିଥିବା ଚୋରଙ୍କୁ କ୍ଷମା ନାହିଁ: ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆର୍ଥିକ ଅନିୟମିତତା ମାମଲାରେ ରାଜନେତାଙ୍କ ଗିରଫଦାରୀଙ୍କୁ ସମର୍ଥନ କରିଛନ୍ତି। ପାକିସ୍ତାନକୁ ଆର୍ଥିକ ଭାବେ ରସାତଳଗାମୀ କରିବାରେ ସଂଶ୍ଲିଷ୍ଟ ଥିବା ଚୋରମାନଙ୍କୁ କ୍ଷମା କରାଯିବ ନାହିଁ ବୋଲି ଇମ୍ରାନ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ପାକିସ୍ତାନରେ ବୃଦ୍ଧି ପାଇଥିବା ଋଣ ପରିମାଣର ଯାଞ୍ଚ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ମଧ୍ୟ ସେ ଘୋଷଣା କରିଛନ୍ତି।

ଏବେ ପାକିସ୍ତାନରେ ନଗଦ ଆର୍ଥିକ ସମସ୍ୟା ଦେଖା ଦେଇଛି। ନିଜ ସରକାରଙ୍କ ପ୍ରଥମ ବଜେଟ ଉପସ୍ଥାପନ ପରେ ଅଚାନକ ଦେଶବାସୀଙ୍କୁ ଉଦବୋଧନ ଦେଇ ଇମ୍ରାନ ଆର୍ଥିକ ସଙ୍କଟ ସମ୍ପର୍କରେ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଋଣ ପରିମାଣ ୬ ହଜାର କୋଟିରୁ ୩୦ ହଜାର କୋଟିକୁ ବୃଦ୍ଧି ପାଇଥିବା ସେ କହିଛନ୍ତି।

ଆର୍ଥିକ ଅନିୟମିତତା ମାମଲାରେ ଇତି ମଧ୍ୟରେ ପଞ୍ଜାବ ବିଧାନସଭାର ବିରୋଧୀ ଦଳ ନେତା ହମଜା ସହବାଜଙ୍କୁ ଗିରଫ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କୁ ପୂର୍ବରୁ ଏଭଳି ମାମଲାରେ ଗିରଫ କରାଯାଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଜେଲ ଦଣ୍ଡ ଭୋଗୁଛନ୍ତି।

Comments are closed.