ଇମ୍ରାନ ଜଣେ ସଖୀ କଣ୍ଢେଇ: ତାଲିବାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ତାଲିବାନର ଜଣେ ମୁଖପାତ୍ର କଡା ଭାଷାରେ ଭର୍ତ୍ସନା କରିଛନ୍ତି। ସେ ଜଣେ ସଖୀ କଣ୍ଢେଇ ଏବଂ ପାକିସ୍ତାନ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇନଥିବା ତାଲିବାନ ମୁଖପାତ୍ର କହିଛନ୍ତି। ଏକ ସାକ୍ଷାତକାରରେ ଏହି ମୁଖପାତ୍ର ଆଫଗାନିସ୍ତାନ ବ୍ୟାପାରରେ ହସ୍ତକ୍ଷେପ ନକରିବା ପାଇଁ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ଯେ ଇମ୍ରାନ ଖାଁ ଜଣେ ମନୋନୀତ ଏବଂ ସଖୀ କଣ୍ଢେଇ ଭାବରେ କୁହାଯାଉଛି। ତାଲିବାନ କେବେହେଲେ ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ କାହାର ହସ୍ତକ୍ଷେପ ଚାହୁଁନାହିଁ। ସେହିଭଳି ଏହା ମଧ୍ୟ ଅନ୍ୟ ରାଷ୍ଟ୍ରରେ ହସ୍ତକ୍ଷେପ କରୁନାହିଁ। ଏହା ପୂର୍ବରୁ ଇମ୍ରାନ କହିଥିଲେ ଯେ ଆଫଗାନିସ୍ତାନ ଏକ ସଖୀ କଣ୍ଢେଇ ସରକାରକୁ ନେଇ ବେଶିଦିନ ଚାଲିପାରିବ ନାହିଁ। ଇମ୍ରାନଙ୍କ ବିବୃତିର ଜବାବ ରଖି ତାଲିବାନ ମୁଖପାତ୍ର କହିଛନ୍ତି, ଇମ୍ରାନ ଆଫଗାନିସ୍ତାନରେ ଏକ ସମାବେଶୀ ସରକାର କଥା କହୁଛନ୍ତି। କିନ୍ତୁ ପାକିସ୍ତାନ ନିଜେ ସମସ୍ୟାରେ ଉବୁଟୁବୁ ହେଉଛି ଏବଂ ବହୁ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ଇମ୍ରାନ ନିଜେ ଜଣେ ନିର୍ବାଚିତ ବ୍ୟକ୍ତି ନୁହନ୍ତି। ପାକିସ୍ତାନ ଜନସାଧାରଣଙ୍କ ଇଛାରେ ସେ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି। ସେ ଏକଥା ମଧ୍ୟ କହିଥିଲେ ଯେ ପାକିସ୍ତାନ ସରକାର ସେହି ଦେଶର ସେନା ବାହିନୀ ହାତରେ ସଖୀ କଣ୍ଢେଇ ପାଲଟିଥିବା ପାକିସ୍ତାନ ନାଗରିକମାନେ କହୁଛନ୍ତି। ଆଫଗାନିସ୍ତାନରେ ସରକାର ଯେଭଳି ଚାଲିଛି ସେ ସମ୍ପର୍କରେ କେହି କିଛି ମନ୍ତବ୍ୟ ଦେବା ଅନୁଚିତ। ଏହା ଏକ ମୁଲ୍ଲା ସରକାର ଅଥବା ଆତଙ୍କିଙ୍କ ସରକାର ଅଥବା ପଗଡି ପିନ୍ଧିଥିବା ଲୋକଙ୍କ ସରକାର- ଏଭଳି ମନ୍ତବ୍ୟ ତାଲିବାନ କାହାଠାରୁ ଆଶା କରୁନାହିଁ। ନହେଲେ ଆଫଗାନିସ୍ତାନ ମଧ୍ୟ ଅନୁରୂପ ମନ୍ତବ୍ୟ ଦେବା ଆରମ୍ଭ କରିବ। ପ୍ରତ୍ୟେକ ରାଷ୍ଟ୍ର ନିଜ ସମସ୍ୟା ପ୍ରତି ଦୃଷ୍ଟିଦେଇ ତାହାର ସମାଧାନ ଉପରେ ଦୃଷ୍ଟିଦେବା ଆବଶ୍ୟକ ବୋଲି ସେ କହିଥିଲେ।

Comments are closed.