ଜାଣନ୍ତୁ ତିଳକ ଲଗାଇବାର ମହତ୍ୱ

ଯେକୌଣସି ଶୁଭ କାର୍ୟ୍ୟ କରିବା ପୂର୍ବରୁ ମଥାରେ ତିଳକ ଲଗାଇବା ଏକ ପରମ୍ପରା ଅଟେ। ହିନ୍ଦୁ ଧର୍ମରେ ତିଳକ ଲଗାଇବାକୁ ଖୁବ ଶୁଭ ବୋଲି ବିବେଚନା କରାଯାଏ। ମାତ୍ର ଆପଣ ହୁଏତ ଜାଣି ନଥିବେ ବାର ଅନୁଯାୟୀ ଭିନ୍ନ ଭିନ୍ନ ପ୍ରକାର ତିଳକ ଲଗାଇବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ବାର ଅନୁଯାୟୀ କେଉଁ ରଙ୍ଗର ତିଳକ ଲଗାଇବା ଉଚିତ ……..
ସୋମବାର –
ଏହି ବାର ପ୍ରଭୁ ମହେଶ୍ୱରଙ୍କୁ ଅର୍ପିତ। ଏହି ବାରରେ ଧଳା ରଙ୍ଗର ଚନ୍ଦନ ଲଗାଇବା ଲାଭଦାୟକ।
ମଙ୍ଗଳବାର –
ମଙ୍ଗଳବାରକୁ ପ୍ରଭୁ ହନୁମାନଙ୍କ ଦିନ କୁହାଯାଏ। ପ୍ରଭୁଙ୍କୁ ଲାଲ ରଙ୍ଗ ଖୁବ ପସନ୍ଦ। ତେଣୁ ଏହି ଦିନରେ ଲାଲ ରଙ୍ଗ ସିନ୍ଦୂରର ତିଳକ ଲଗାଇବା ଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ବୁଧବାର –
ଏହି ବାର କୁ ପ୍ରଭୁ ଗଣେଶଙ୍କର ଦିନ ବୋଲି କୁହାଯାଏ। ପ୍ରଭୁଙ୍କୁ ସଂସାରର ପରମ ପୂଜ୍ୟ ଦେବତା କୁହାଯାଏ। ଏହିଦିନର ସ୍ୱାମୀ ବୁଧଙ୍କୁ ମଧ୍ୟ କୁହାଯାଏ। ଶୁଖିଲା ଲାଲ ରଙ୍ଗର ସିନ୍ଦୂର ତିଳକ ଏହିଦିନ ଲଗାଇବା ଖୁବ ଶୁଭ ବୋଲି କୁହାଯାଏ।
ଗୁରୁବାର –
ଏହି ବାରର ସ୍ୱାମୀ ବୃହସ୍ପତିଙ୍କୁ କୁହାଯାଏ। ବୃହସ୍ପତିଙ୍କୁ ହଳଦିଆ ରଙ୍ଗ ଖୁବ ପସନ୍ଦ। ତେଣୁ ଏହି ଦିନ ହଳଦିଆ ରଙ୍ଗର ତିଳକ ଲଗାଇବା ଉଚିତ। ଏପରି କରିବା ଦ୍ୱାରା ଧନସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଶୁକ୍ରବାର –
ଏହି ବାର ମା’ଲକ୍ଷ୍ମୀଙ୍କୁ ସମର୍ପିତ। ଏହି ଦିନ ମା’ଙ୍କୁ ପୂଜା କରିବା ପରେ ଲାଲ ରଙ୍ଗର ସିନ୍ଦୂର ଲଗାଇବା ଦ୍ୱାରା ମା’ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଶନିବାର –
ଏହି ବାର ଶନିଦେବଙ୍କୁ ସମର୍ପିତ। ଏହି ଦିନ ଲାଲ ଚନ୍ଦନ କିମ୍ବା କପୂର ଜଳିବା ପରେ ଏହାର କଳାରଙ୍ଗକୁ ଲଗାଇବା ଶୁଭ।
ରବିବାର –
ଏହି ବାର ପ୍ରଭୁ ସୂର୍ୟ୍ୟଦେବଙ୍କୁ ସମର୍ପିତ। ଏହି ଦିନ ଲାଲ ରଙ୍ଗର ତିଳକ ଲଗାଇବା ଖୁବ ଲାଭଦାୟକ ଅଟେ।

Comments are closed.