ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ସହ କରୋନା ସମ୍ପର୍କରେ ହୋଇପାରେ ବଡ ଘୋଷଣା

ଭୁବନେଶ୍ୱର : ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଆସନ୍ତା ମେ’୩ରୁ ମାଟ୍ରିକ ପରୀକ୍ଷା ହେବା ନେଇ ସ୍ଥିର କରାଯାଇଥିଲା। ଗତକାଲି ସିବିଏସଇ ଦଶମ ପରୀକ୍ଷା ବାତିଲ ନେଇ ଘୋଷଣା କରାଯାଇଥିଲା।
ସେହିପରି ଆଜି ଅପରାହ୍ନ ୫ଟା ୩୦ରେ ମୁଖ୍ୟ ଶାସନ ସଚିବ କରୋନା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ସମ୍ଭାବନା ରହିଛି।

Comments
Loading...