ଆମେରିକାର ତୈଳ ଆମଦାନୀ କଟକଣା : ମୁକାବିଲା ପାଇଁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ :  ଇରାନ୍‍ଠାରୁ ତୈଳ କ୍ରୟ କରୁଥିବା ଦେଶଗୁଡ଼ିକ ଉପରୁ ସ୍ୱଳ୍ପ ମୂଲ୍ୟରେ ତୈଳ ପ୍ରଦାନ ସୁବିଧାକୁ ବନ୍ଦ କରିବା ପାଇଁ ଆମେରିକାର ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ଏହି ପ୍ରଭାବର ମୁକାବିଲା ପାଇଁ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ରବୀଶ କୁମାର ନୂଆ ଦିଲ୍ଲୀଠାରେ ଏକ ବିବୃତ୍ତିରେ କହିଛନ୍ତି ଯେ ଭାରତ ଆମେରିକା ସମେତ ସମସ୍ତ ସହଭାଗୀ ରାଷ୍ଟ୍ର ସହିତ ମିଳିମିଶି ନିଜର ଶକ୍ତି ଓ ଅର୍ଥନୈତିକ ନିରାପତ୍ତା ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ ଜାରି ରଖିବ।

ଭାରତ, ଚୀନ୍‍,ଜାପାନ, ଦକ୍ଷିଣ କୋରିଆ ଏବଂ ତୁର୍କୀ ଆଦି ଦେଶ ଇରାନଠାରୁ ତୈଳଆମଦାନୀ ଜାରି ରଖିଲେ, ମଇ ୨ ତାରିଖ ପରେ ଆମେରିକା ସ୍ୱଳ୍ପ ମୂଲ୍ୟରେ ତୈଳ ପ୍ରଦାନ ସୁବିଧାକୁ ବନ୍ଦ କରିବ ବୋଲି ହ୍ୱାଇଟ୍‍ହାଉସ୍‍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଏହି ଘୋଷଣା ପରେ ଆମେରିକାର ସ୍ୱରାଷ୍ଟ୍ର ସଚିବ ମାଇକ୍‍ ପମ୍ପିଓ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ସମୟ ପରେ ଆମେରିକା ତୈଳ ଉପରେ ଆଉ ରିହାତି ପ୍ରଦାନ କରାଯିବ ନାହିଁ। ଗତ ନଭେମ୍ବର ମାସରେ ଆମେରିକା, ଭାରତ ସମେତ ଅନ୍ୟ ଦେଶ ଉପରେ ଇରାନଠାରୁ ତୈଳ ଆମଦାନୀ କ୍ଷେତ୍ରରେ ରିହାତିକୁ ଛଅମାସ ପର୍ଯ୍ୟନ୍ତ ସଂପ୍ରସାରିତ କରିଥିଲା। ତେବେ ମଇ ୨ ତାରିଖ ପରେ ଆମେରିକା ଏ ​​‌କ୍ଷେତ୍ର‌ରେ କଟକଣା ଲାଗୁ କରିବ।

ତେବେ ଏ  ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। ଦଳର ବରିଷ୍ଠ ନେତା ଜୟରାମ ରମେଶ ଏହାକୁ କୂଟନୈତିକ ସ୍ତରରେ ଭାରତର ବିଫଳତା ବୋଲି ଦର୍ଶାଇଛନ୍ତି । ଭାରତ ମାତ୍ର ୧୦ ପ୍ରତିଶତ ତୈଳ ଇରାନରୁ ଆମଦାନୀ କରୁଥିବା ବେଳେ ଚବାହାର ବନ୍ଦର ପାଇଁ ୧,୬୦୦ କୋଟି ଟଙ୍କାର ନିବେଶ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଶ୍ରୀ ରମେଶ କହିଛନ୍ତି।

Comments are closed.