ତୈଳ ଦର ବୃଦ୍ଧି ପ୍ରଭାବ: ଆଗକୁ ମହଙ୍ଗା ମାଡ଼

ଟ୍ରକ ଭଡା ବଢ଼ାଇବା ଲାଗି ପରିବହନ ସଂଘର ଚେତାବନୀ

ଭୁବନେଶ୍ବର : ଦେଶରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର । କ୍ରମାଗତ ଭାବେ ବଢ଼ି ଚାଲିଥିବା ଏହି ଦର ବୃଦ୍ଧି ଆଗକୁ ମହଙ୍ଗାର ରୂପ ନେଇପାରେ । ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି ।  ଡିଜେଲ ଲିଟର ଯାହା ଏଥିରେ ଟ୍ରକ ଚଳାଇବା ମୁସ୍କିଲ ହୋଇଗଲାଣି ​ବୋଲି ପରିବହନ ସଂଘ କହୁଛି । ତେଣୁ ଆଗକୁ ମାଲ ପରିବହନ ଭଡା ବଢ଼ାଇବାକୁ ଟ୍ରକ ମାଲିକ ସଂଘ ଓ ଟ୍ରାନ୍ସପୋର୍ଟ କମ୍ପାନୀଗୁଡିକ ସଜବାଜ ଆରମ୍ଭ କରିଦେଲେଣି ।
କୋଭିଡ୍‌-୧୯ ପାଇଁ ଲକ୍‌ ଡାଉନ୍ କଟକଣା ଯୋଗୁ ଲୋକେ କାମଧନ୍ଦା ହରାଇ ବେକାର । ଏହାମଧ୍ୟରେ ଅନେକଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇଗଲାଣି । ବଜାରରେ ତେଜରାତି ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଦର ଆକାଶଛୁଆଁ ହେବାରେ ଲାଗିଛି । ଲକ୍‌ଡାଉନ୍‌ ସମୟରେ ଖାଇବା ତେଲଠାରୁ ଆରମ୍ଭ କରି ଡାଲି, ଚୁଡା, ସୁଜି, ଅଟା ଏବଂ ବିସ୍କୁଟ୍‌ ଦର ବଢ଼ିଯାଇଛି । ଏହାସହ  ବଢ଼ିବାରେ ଲାଗିଛି ଆଳୁ, ବାଇଗଣ, ବିନ୍ସ, ଟମାଟୋ, ପୋଟଳ ଏବଂ ଜହ୍ନି ଭଳି କଞ୍ଚା ପରିବା ଦର ।

ଏଭଳି ସମୟରେ କ୍ରମାଗତ ଭାବେ ତେଲ ଦର ବଢ଼ିବା ଖାଉଟିଙ୍କ ପାଇଁ ‘ବେଡି ଉପରେ କୋରଡା ମାଡ’ ସଦୃଶ ହେବ । ତେଲ ଦର ବୃଦ୍ଧି ପରିପ୍ରେକ୍ଷୀ‌େ​‌ର ଡିଜେଲ ଲିଟର ପିଛା ସାଢେ ଦଶ ଟଙ୍କାରୁ ଅଧିକ ବଢ଼ିବା ପରେ ପରିବହନ ସଂଘ ଭଡା ବଢ଼ାଇବ ​ବୋଲି କହିଛି ।  ଯଦି ଟ୍ରକ ମାଲିକମାନେ ମାଲ ପରିବହନ ଭଡା ବଢ଼ାନ୍ତି ତେବେ ଦରବୃଦ୍ଧି ହୋଇଥିବା ଖୁଚୁରା ବଜାରରେ ତେଜରାତି ହେଉ କି ପନିପରିବା ଭଳି ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଆହୁରି ମହଙ୍ଗା ହୋଇଯିବ । ଯାହା ଫଳରେ କରୋନା ସମୟରେ ଏହି ମହଙ୍ଗା ମାଡରେ ଚାପି ହୋଇ ବିଚାରା ଖାଉଟି ଚେପା ହୋଇଯିବ । ଏ ସମ୍ପର୍କରେ ଅଖିଳ ଭାରତ ମୋଟର ପରିବହନ କଂଗ୍ରେସର ଉପସଭାପତି ରବି ଶତପଥୀ କହିଛନ୍ତି ଯେ, ରାଜ୍ୟରେ ୨ ଲକ୍ଷରୁ ଅଧିକ ଟ୍ରକ ମଧ୍ୟରୁ ଲକ୍‌ ଡାଉନ୍‌ ସମୟରେ ୪୦,୦୦୦ ଟ୍ରକ ଚଳାଚଳ କରୁଛି । ଏଭଳି ସ୍ଥଳେ ଡିଜେଲ ଦର ଲିଟର ପିଛା ପାଖାପାଖି ୧୧ ଟଙ୍କା ବଢ଼ିବା ପରେ ବିଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ୧୦,୦୦୦ ଟ୍ରକ ଚାଲିବା ବନ୍ଦ ହୋଇଗଲାଣି । ତେଣୁ  ବାଧ୍ୟ ହୋଇ ଭଡ଼ା ବଢ଼ାଇବାକୁ ବିଚାର କରୁଛି ସଂଘ ।

Comments are closed.