ବେଆଇନ ବାଲି ଚାଲାଣ, ୨ ଟ୍ରାକ୍ଟରକୁ ଜରିମାନା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତହସିଲ୍‍ ପକ୍ଷରୁ ବେଆଇନ ବାଲି ଚାଲାଣ ଉପରେ ଚଢାଉ କରାଯାଇ ୧୨ ହଜାର ୨ଶହ ୪୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ନୂତନ ତହସିଲ୍‍ଦାର କଳାକୃଷ୍ଣ ପ୍ରଧାନଙ୍କ ତତ୍ୱାବଧାନରେ ଦାରିଙ୍ଗବାଡ଼ିଠାରେ ବାଲି ବୋଝେଇ ଟ୍ରାକ୍ଟର ଯାଞ୍ଚ କରାଯାଇଥିଲା। ଏହି ସମୟରେ ୨ଟି ଟ୍ରାକ୍ଟର ବେଆଇନ ଭାବେ ବାଲିଚାଲାଣ କରୁଥିବା ବେଳେ ଧରାପଡ଼ିଥିଲା। ଗୋଟିଏ ଗୋଟିଏ ଗାଡ଼ିରୁ ୬ ହଜାର ୧୨୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି। ତହସିଲ୍‍ଦାରଙ୍କ ସହିତ ଦାରିଙ୍ଗବାଡ଼ି ସହକାରୀ ରାଜସ୍ୱ ନିରୀକ୍ଷକ ଉମାକାନ୍ତ ଖଣ୍ଡଗିରି, ଗ୍ରୀନ୍‍ବାଡ଼ି ସହକାରୀ ରାଜସ୍ୱ ନିରୀକ୍ଷକ କୁଳମଣି ସାହାଣୀ ପ୍ରମୁଖ ସାମିଲ୍‍ ହୋଇଥିଲେ।

Comments are closed.