ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

ବାଲେଶ୍ୱର: ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନରେ ଥିବା ଏକ ବେଆଇନ କରତକଳ ଉପରେ ମଙ୍ଗଳବାର ବନବିଭାଗ ଚଢାଉ କରିଛି। ଏହାସହିତ ୨ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ସହ ଶାଗୁଆନ, ଅର୍ଜୁନ, ଶିରିଶି କାଠ ଜବତ କରିଛି। ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଡିଏଫଓଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଇଥିଲା। ଏହି ଚଢ଼ାଉରେ ସିମୁଳିଆ ତହସିଲଦାର ରବିନାରାୟଣ ବେହେରା, ସିମୁଳିଆ ଥାନା ଏସଆଇ ଭୂବନ ସେଠୀଙ୍କ ସମେତ ବନବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ।

Comments are closed.